Site icon Awaj Media

ନୟାଗଡ଼ରେ ସାଂସ୍କୃତିକ ମହୋତ୍ସବ “ଚିତ୍ରରଙ୍ଗ” ଆୟୋଜିତ ।

Spread the love

ନୟାଗଡ଼ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସାଂସ୍କୃତିକ ମହୋତ୍ସବ ଚିତ୍ରରଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ସାହୁ, ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥିମାନେ ବିଭିନ୍ନ ଚିତ୍ରକଳା ଏବଂ ପଟ୍ଟଚିତ୍ର ବୁଲି ଦେଖିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ।

Exit mobile version