Site icon Awaj Media

ସରସ୍ୱତୀ ବିଦ୍ୟାମନ୍ଦିର ରେ ପରୀକ୍ଷା ଦର୍ପଣ ପୁସ୍ତିକା ବଣ୍ଟନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଉପକଣ୍ଠରେ ଅବସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ମଧ୍ୟରେ ଚଳିତ ବର୍ଷ ଦଶମ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ଦ୍ୱାରା ମୁଦ୍ରିତ ପରୀକ୍ଷା ଦର୍ପଣ ବଣ୍ଟନ କରାଯାଇଅଛି । ଏହି ଶିକ୍ଷାବର୍ଷ ରେ କୋଭିଡ ପରିସ୍ଥିତି କୁ ନଜରରେ ରଖି ଅନେକ ଦିନ ହେଲା ସମଗ୍ର ଦେଶ ତଥା ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାରୁ ଓଡିଶା ସରକାର ପାଠ୍ୟକ୍ରମ ରେ କିଛି ଟା ଲାଘବ କରିବା ସହ ପରୀକ୍ଷାର ପ୍ରଶ୍ନ ରେ ମଧ୍ୟ ପରିବର୍ତ୍ତନ ଆଣିବେ ବୋଲି ଘୋଷଣା କରିଛନ୍ତି । ସେହି ପରୀକ୍ଷା ସମ୍ବନ୍ଧୀୟ ପ୍ରଶ୍ନ ଗୁଡିକ କିପରି ଆସିବ ସେ ସବୁ କୁ ନେଇ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନବାଛି ମଧ୍ୟ ସୃଷ୍ଟି ହୋଇଥିଲା । ଯାହାର ସମାଧାନ ସଦୃଶ ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କୁ ପରୀକ୍ଷା ପୂର୍ବରୁ ଅଭ୍ୟାସ କରାଇବା ପାଇଁ ପରୀକ୍ଷା ଦର୍ପଣ ର ସୃଷ୍ଟି । ଏହାକୁ ସମଗ୍ର ଓଡିଶା ମଧ୍ୟରେ ପରୀକ୍ଷା ଦେବାକୁ ଥିବା ପିଲାମାନଙ୍କୁ ମାଗଣାରେ ବଣ୍ଟନ କରାଯାଇଛି । ଢେଙ୍କାନାଳ ଶିଶୁ ମନ୍ଦିର ମଧ୍ୟରେ ବଣ୍ଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପର୍ଯ୍ୟାୟ ପ୍ରମୁଖ ଅରୁନ୍ଧତୀ ମହାପାତ୍ର ଙ୍କ ସହ ଅନ୍ୟ ଗୁରୁଜୀ ଗୁରୁମା ମନେ ମଧ୍ୟ ଉପସ୍ଥିତ ରହି ପିଲାଙ୍କୁ ଏହି ପୁସ୍ତକ ବଣ୍ଟନ କରିଛନ୍ତି ।

Exit mobile version