Site icon Awaj Media

ଗଜପତିରେ ଶିଶୁସମ୍ପର୍କ ଯାତ୍ରାରଥର ଶୁଭାରମ୍ଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଜପତି ଜିଲ୍ଲାର ଶିଶୁ ସମ୍ପର୍କ ଯାତ୍ରା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ମାନଙ୍କର ଅଧିକାରକୁ ସୁନିଶ୍ଚିତ କରି ଜିଲ୍ଲାରେ ଅଧିକାର କ୍ଷୁର୍ଣ୍ଣ ହେଉ ଥିବା ଶିଶୁ ମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ସହ ଆବଶ୍ୟକ ଥଇଥାନର ବ୍ୟବସ୍ଥା କରିବା, ଶିଶୁମାନଙ୍କ ପାଇଁ କାମ କରୁଥିବା stake holder ମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରିବା ।

ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷାଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଶିଶୁ ସମ୍ପର୍କ ଯାତ୍ରାର କାର୍ଯ୍ୟକ୍ରମ ଜାରି ରହିଛି . ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ କିଛି ଦିନ ହେଲା ଜିଲ୍ଲାର କିଛି ବ୍ଳକ ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କରେ ମଧ୍ୟ ଶିଶୁ ସୁରକ୍ଷା ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଞ୍ଚଳର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଖରେ ପହଞ୍ଚିବା ପାଇଁ ଶିବିରମାନ ଆୟୋଜନ କରିବାର ଯୋଜନା ପ୍ରସ୍ତୁତି କରାଯାଇଛି । ଯାହାକି ଏହି ମାସ ଶେଷ ସୁଦ୍ଧା ସାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳରେ କାର୍ଯ୍ୟ ଶେଷ ହେବ ।

ଆଜି ଆରମ୍ଭ ହୋଇ ଥିବା ରଥ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ପହଞ୍ଚିବା ସହ ରାସ୍ତା କଡରେ ଥିବା ସମସ୍ତ ପଞ୍ଚାୟତରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହି ରଥ ପ୍ରାୟ ସପ୍ତାହେ ଧରି ଜିଲ୍ଲାର ଜନସାଧାରଣଙ୍କୁ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସମସ୍ୟାର ସୂଚନା ନେଇ ଜିଲ୍ଲା ସ୍ତରକୁ ଫେରିବ । ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲାର ଘରୋଇ ଛାତ୍ରାବାସ ସଙ୍ଘର ସହଯୋଗ ଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରିବାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳଙ୍କ ନେତୃତ୍ୱରେ ଶିଶୁ ମଙ୍ଗଳ ସମିତିର ସମସ୍ତ ସଭ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ସଭ୍ୟ ଏବଂ ଚାଇଲଡ଼ ଲାଇନର ସମସ୍ତ ସଭ୍ୟଙ୍କ ସହଯୋଗ ଥିଲା । ଏହି ରଥର ଶୁଭାରମ୍ଭ ସମୟରେ ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ଅଳକା ସାହୁ ଏବଂ ହିରଣ୍ୟ କୁମାର ରାୟ, ଘରୋଇ ଛାତ୍ରାବାସ ସଙ୍ଘର ସଭାପତି ନିକୋଲାସ ଦାସ, ସଂଯୋଜକ ବିଚିତ୍ର ପାଣି ଏବଂ ଚାଇଲଡ଼ ଲାଇନର ସଂଯୋଜକ ଶ୍ରୀଯୁକ୍ତ ନାଗେଶ୍ୱର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version