Site icon Awaj Media

ଗବେଷକ ପ୍ରାବନ୍ଧିକ ପଣ୍ଡିତ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୬ତମ ଜୟନ୍ତୀ ପାଳିତ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଙ୍ଗଶିଉଳି ଫୁଲ ଭଳି ସ୍ୱଳ୍ପ ଜୀବନ କାଳରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଏବଂ ସାଧନା ପାଇଁ ପ୍ରାବନ୍ଧିକ ପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ ଜାତୀୟ ସାହିତ୍ୟ ଇତିହାସରେ କାଳଜୟୀ । ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୬ତମ ଜୟନ୍ତୀ ଯଥାରୀତିରେ ପାଳିତ ହୋଇଯାଇଛି ।

ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ,ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଡକ୍ଟର ବୃଷକେତୁ ଦାଶ, ସମ୍ମାନିତ ଅତିଥି ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ଏବଂ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ରାଜାଗୁରୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।

ଶ୍ରୀମତୀ ମୀନା କୁମାରୀ ଟହଲ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ କାର୍ଯ୍ୟକ୍ରମର ସୂଚନା ଦେବା ସହ ପରିଚୟ ପ୍ରଦାନ କରିଥିଲେ । ଉତ୍କଳ ହିତୈଷିଣୀ ସମାଜର କାର୍ଯ୍ୟକାରୀ ସଭାପତି ଭାରତ ଭୂଷଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶରତ କୁମାର ସାହୁ, ନିତ୍ୟାନନ୍ଦ ଚୌଧୁରୀ, ମୁରଲୀଧର ପରିଛା, ତ୍ରିପତି ପ୍ରସାଦ ପଣ୍ଡା, ବିଷ୍ଣୁପ୍ରସାଦ ପଣ୍ଡା, ସ୍ଵର୍ଣପ୍ରଭା ପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version