Site icon Awaj Media

ନୟାଗଡ଼ ପାଇଁ ଗୈାରବ ଆଣିଲେ ନୟାଗଡ଼ ର ରାଜକୁମାର ଅରଣ୍ୟ ରାଜକିଶୋର ସିଂ !

Spread the love

ନୟାଗଡ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ନୟାଗଡ଼ ପାଇଁ ଗୈାରବ ଆଣିଲେ ନୟାଗଡ଼ ର ରାଜକୁମାର ଅରଣ୍ୟ ରାଜକିଶୋର ସିଂ (ଓମ ବାବା) । ଦୁଃସାହସିକ କ୍ରୀଡା ଅଭିଯାନରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଦେଶରେ ରାଜ୍ୟ ତଥା ନୟାଗଡ଼ର ନାମ କୁ ଗୌରବାନ୍ୱିତ କରିଛନ୍ତି .

ରାଜସ୍ଥାନ ର ବିକାନେର ଡୁନେ ଆର୍ଡଭେଞ୍ଚର ସ୍ପୋର୍ଡସ କ୍ଲବ ଆନୁକୁଲ୍ୟରେ ଆୟୋଜିତ Ultimate Desert challenge ରେ ଅଦ୍ବିକ ପଟ୍ଟନାୟକଙ୍କ ସହ ଯୁଗ୍ମ ଭାବେ ନୟାଗଡ଼ ରାଜ ପରିବାରର ରାଜକୁମାର ଅରଣ୍ୟ ରାଜକିଶୋର ସିଂ ପ୍ରଥମ ସ୍ଥାନ ଅଧିକାର କରି ନୟାଗଡ଼ ମାଟିକୁ ଗୈାରବାନିତ କରିଛନ୍ତି। ଏଭଳି ଦୁଃସାହସିକ କ୍ରୀଡା ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସାରା ରାଜ୍ୟରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି ।

Exit mobile version