Site icon Awaj Media

ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାବା କପିଳେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ନିଆରା ଢଙ୍ଗରେ ସହିଦ ଦିବସ ପାଳନ କରିଛନ୍ତି ୟୁଥ ଫର ଆକସନ ର ସଦସ୍ୟ ମାନେ . ସ୍ଥାନୀୟ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିବା ସହ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ ବା ପ୍ରେମ ଦିବସ ରୁପେ ପାଳନ କରିବା ପରିବର୍ତ୍ତେ ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ଆଜିର ଦିନକୁ ସହିଦ ଦିବସ ରୁପେ ପାଳନ କରିଛନ୍ତି ।

ସୂଚନା ଅନୁଯାୟୀ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ବୀର ଯବାନଙ୍କୁ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ୟୁଥ ଫର ଆକ୍ସନ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Exit mobile version