ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ ମହନା, ନୂଆଗଡ, ଆର୍ ଉଦୟଗିରି, ରାୟଗଡ଼ା, ଗୁମ୍ମା, ଗୋଷାଣୀ, କାଶୀନଗର, ଏବଂ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କେନ୍ଦ୍ର ସରକାର ବିରୁଦ୍ଧରେ ତଥା ଦେଶରେ ମୋଦି ସରକାର ବାରମ୍ବାର ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ସମସ୍ତ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଓଡିଶା ବନ୍ଦକୁ ସଫଳ କରିଥିଲେ ।
ଏହା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବାରମ୍ବାର ବର୍ଦ୍ଧିତ ହୋଇ ଚରମ ସିମା ରେ ପହଞ୍ଚିଥିବାରୁ ଏହାର ପ୍ରତିବାଦରେ ସାରା ଗଜପତି ଜିଲ୍ଲା ବାସିନ୍ଦା ସମର୍ଥନ କରିଥିଲେ । ସକାଳ ୭ଘଣ୍ଟା ଠାରୁ ମଧ୍ୟାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହରରେ ସମସ୍ତ ଦୋକାନ ବଜାର, ବସ୍ ଗାଡ଼ି, ସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ ଗୁଡ଼ିକ ବନ୍ଦ ଥିବା ସମୟରେ କଂଗ୍ରେସ କର୍ମୀମାନେ ବ୍ୟାନର, କଂଗ୍ରେସ ପତକା ଧରି ଲୋକଙ୍କୁ ସଚେତନତା କରାଇବା ସହିତ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ରାଜା ପାତ୍ର, ମନୋଜ ସାହୁ, ତ୍ରିନାଥ ପାତ୍ର, ଇଶ୍ଵର ମାଝୀ ପ୍ରମୁଖ ବହୁତ କଂଗ୍ରେସ କର୍ମୀମାନେ ମଟର ସାଇକେଲ ରାଲି ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।

