Site icon Awaj Media

ନୟାଗଡରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ସ୍ଥାନୀୟ ପୁରୁଣା ରାଜବାଟି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀକୁ ସଚ୍ଚିକାନ୍ତ ବାଇ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରମୁଖ ପରମେଶ୍ଵର ମହାନ୍ତି, ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ମିଶ୍ର, ସହ ସଂଯୋଜକ ଦିଲିପ ନାୟକ, କଳା ମଞ୍ଚ ପ୍ରମୁଖ ସୁବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ନୟାଗଡ଼ ନଗର ଦାୟିତ୍ୱ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।

ନୟାଗଡ଼ ନଗର ସଭାପତି ଭାବେ ଅଶୋକ କୁମାର ସାହୁ, ଉପ-ସଭାପତି ଆଲୋକ ବରାଡ, ସମ୍ପାଦକ ଋଷି ପଟ୍ଟନାୟକ, ସହ ସମ୍ପାଦକ ଅନୁପମ ସାହୁ, ଅମିତ ପଟ୍ଟନାୟକ, ଛାତ୍ରୀ ପ୍ରମୁଖ ରୁପାଲି ଜେନା, ଏସଏଫସି ପ୍ରମୁଖ ସମ୍ପକ ଜେନା, ଏସଏଫଡି ପ୍ରମୁଖ ଭାବେ ଦିବ୍ୟ ରଞ୍ଜନ ପ୍ରମୁଖ ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା । ଏହି ସମ୍ମିଳନୀରେ ପଚାଶରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Exit mobile version