Site icon Awaj Media

ଶାସ୍ତ୍ରୀୟ ସଙ୍ଗୀତ ଆସର : ଝୁମିଲେ ଶ୍ରୋତା

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ବଡ଼ ରାଧାକାନ୍ତ ମଠ ଠାରେ ଡ଼.ଧନଦା କାନ୍ତ ମିଶ୍ରଙ୍କ ପ୍ରେରଣା ଓ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ଵାରା ଏକ ହିନ୍ଦୁସ୍ଥାନି ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ର ପ୍ରସିଦ୍ଧ ଯୁବ ଧୃପଦ ଗାୟକ ମୁକୁନ୍ଦ ଦେବ ଓ ବିଶିଷ୍ଟ ପଖୋଦ ବାଦକ ନିଶାନ୍ତ ସିଂହ ଯୋଗଦେଇ ମନୁଷ୍ୟ ଉପରେ ଶାସ୍ତ୍ରୀୟ ସଙ୍ଗୀତର ସକାରାତ୍ମକ ପ୍ରଭାବ କିପରି ଭାବେ ପଡିଥାଏ ଓ ଏହାର ଆବଶ୍ୟକତା ଉପରେ ବୁଝାଇଥିଲେ ।

ପରେ ଦେଢ଼ ଘଣ୍ଟା ଧରି ଶାସ୍ତ୍ରୀୟ ଶୈଳୀରେ ଧୃପଦ ଗାୟନ କରି ଥିଲେ । ଗବେଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ଦେବୀ ମଠର ମହନ୍ତ ମହାରାଜ ରାମାନୁଜ ଦାଶ, ନୀଳ ମାଧବ ଚରତି, ସରୋଜ ପଣ୍ଡା, ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କ ସମେତ ପାରଳା ଅଞ୍ଚଳର ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version