Site icon Awaj Media

ଆର.ସୀତାପୁର ଧାନ ମଣ୍ଡିରେ ଅବ୍ୟବସ୍ଥା : ପ୍ରତିବାଦରେ ରାସ୍ତାରୋକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆର.ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନ କିଣିବା ପ୍ରତିବାଦରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଆର.ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ଜାତୀୟ ରାଜପଥକୁ ଶତାଧିକ ଚାଷୀଙ୍କ ଦ୍ଵାରା ରାସ୍ତା ରୋକ କରାଯାଇଥିଲା .

ଆର.ସୀତାପୁର ମଣ୍ଡିରେ ଚାଷୀ ମାନଙ୍କୁ ଧାନ ବିକ୍ରୟ କରାଯିବା ପାଇଁ ଟୋକେନ୍ ପ୍ରଦାନ କରାଯାଇଛି । କିନ୍ତୁ ଚାଷୀଙ୍କ ଧାନକୁ ମଣ୍ଡି ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମଣ୍ଡଳର ସମ୍ପାଦକ . ମିଲର ପାଖକୁ ଧାନ ଦେବାକୁ ପଠାଉଛନ୍ତି ଚାଷୀଙ୍କୁ , କିନ୍ତୁ ମିଲର ପାଖକୁ ଚାଷୀ ଗଲେ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଦିଆଯାଇ ଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯାଇଛି କହୁଛନ୍ତି ।ଯାହା ଫଳରେ କି ଚାଷୀମାନେ ବ୍ଳକ ଠାରୁ ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ରହିଥିବା ବିଭିନ୍ନ କାର୍ଯ୍ୟାଳୟ କୁ ବାରମ୍ବାର ଯାଉଛନ୍ତି । ସେମାନଙ୍କ ଗୁହାରି କିଏ ଶୁଣୁ ନାହାଁନ୍ତି ।

ଧାନ ର ଏଫଏକ୍ୟୁ ର ମାନ ଯାଞ୍ଚ କରିବା ନିମନ୍ତେ ପ୍ରାଥମିକ ଚାଷୀ ସମବାୟ ସମିତି ର ସମ୍ପାଦକ ଙ୍କୁ ଏକ ଯନ୍ତ୍ର ପ୍ରଦାନ କରାଯାଇଛି କିନ୍ତୁ ସେ ଯାଞ୍ଚ କରିବା ପରିବର୍ତ୍ତେ ମିଲର ହାତ ରେ ଦେଖି ନିଷ୍ପତ୍ତି ନେଉଛନ୍ତି । ଯାହା ଫଳରେ ମିଲର ଚାଷୀଙ୍କ ଠାରୁ ବସ୍ତା ପିଛା 2/3 କେଜି କାଟି ଦେଉଛନ୍ତି । ଚାଷୀର ଅଖା ପଇସା ଦେଉ ନାହାନ୍ତି । ପରିବହନ ଖର୍ଚ୍ଚ ମଧ୍ୟ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଶ୍ରୀ ପାଳ ଅଭିଯୋଗ କରିଛନ୍ତି ଯେ ଏଥି ମଧ୍ୟରେ 15ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହୋଇ ଯାଇଛି । ଗୁରାଣ୍ଡି ଥାନା ପୋଲିସ, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତାରୋକ ଯୋଗୁଁ ବହୁ ସମୟ ଧରି ପାରଳାଖେମୁଣ୍ଡି ରୁ ମୋହନା ଅନେକ ଅଞ୍ଚଳକୁ ଯାତାୟାତ କରୁଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା !!!

Exit mobile version