Site icon Awaj Media

ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମାନଙ୍କର ବିକ୍ଷୋଭ ଓ ଗଣ ଧାରଣା !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା କୃଷକ ସଙ୍ଘର କୃଷକମାନେ ଫାୟାର ଷ୍ଟେସନ ଛକ ଠାରୁ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ବିକ୍ଷୋଭ ପଦର୍ଶନ କରିଥିଲେ । ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଓ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଗଣ ଧାରଣା କରାଯାଇଥିଲା । ଜିଲ୍ଲା କୃଷକ ସଙ୍ଘ ତରଫରୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା ।

ଉକ୍ତ ଦାବୀ ଗୁଡିକ ହେଲା ଟୋକେନ୍ ଦେଇ ଥିବା ଚାଷିମାନଙ୍କ ଠାରୁ ଧାନ ନେବା, ଟୋକନ ନ ପାଇଥିବା କୃଷକମାନଙ୍କୁ ଟୋକନ ଯୋଗାଇ ଧାନ ଦେବା ପାଇଁ ଅନୁମତି ପ୍ରଦାନ କରିବା, ରବି ଫସଲରେ ଉତ୍ପାଦନ ହେବା ଧାନ ବିକ୍ରି କରିବା ପାଇଁ ମଣ୍ଡିର ବ୍ୟବସ୍ଥା କରିବା, ସମସ୍ତ କୃଷିଜାତ ଦ୍ରବ୍ୟ ମଣ୍ଡି ଜରିଆରେ କିଣିବା ପାଇଁ ବ୍ୟବସ୍ଥା କରିବା, ପୂର୍ବ ଭଳି ଅଫଲାଇନ ଜରିଆରେ ଜମି ଗୁଡିକର ରାଜସ୍ୱ ସଂଗ୍ରହ ବ୍ୟବସ୍ଥା ଜାରି ରଖିବା ଇତ୍ୟାଦି । ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେକ୍ଟର ଜୁବୁଲି ଚରଣ ବେହେରା ଓ ଯୋଗାଣ ବିଭାଗ ଅଧିକାରୀ ଗଣ ଧାରଣା ସ୍ଥଳକୁ ଯାଇ କୃଷକ ସଙ୍ଘ ସହ ଆଲୋଚନା କରିବାର ଦେଖିବାକୁ ମିଳିଛି । ଟୋକନ ପାଇଥିବା ଚାଷୀଙ୍କଠାରୁ ଅତି ଶୀଘ୍ର ଧାନ ସଂଗ୍ରହ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତିହୃତ ହୋଇଛି ବୋଲି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି ଜିଲ୍ଲା ରେ ଥିବା ସମସ୍ତ କୃଷି ସମବାୟ ସମିତି ମଣ୍ଡି ଗୁଡିକରେ ଚାଷିଙ୍କୁ ମିଲର ଙ୍କ ଇଙ୍ଗିତ ରେ ହଇରାଣ କରାଯାଉଛି ବୋଲି କୃଷକ ସଙ୍ଘ ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । କେତେ ବେଳେ ଟୋକନ ତ କେତେ ବେଳେ ଧାର୍ଯ୍ୟ ବାହାନା ରେ ଚାଷୀଙ୍କୁ କୃଷି ସମବାୟ ସମିତିର ସମ୍ପାଦକମାନେ ହଇରାଣ କରାଯାଉଥିବାର ଅଭିଯୋଗ କରିଛନ୍ତି । ଚାଷୀଙ୍କ ଠାରୁ ସମବାୟ ସମିତି ଗୁଡିକ ସିଧାସଳଖ ଧାନ ସଂଗ୍ରହ କରିବାର ନିୟମ ରହିଛି କିନ୍ତୁ ସେମାନେ ମଣ୍ଡିକୁ ଧାନ ନେଇ ଚାଷି ଗଲେ ମିଲରଙ୍କ ନିକଟକୁ ପଠାଉଛନ୍ତି । ମିଲର ମାନେ ଚାଷି ମାନଙ୍କ ଅଖା ଫେରସ୍ତ ପଇସା ଓ ପରିବହନ ଖର୍ଚ୍ଚ ସୁତୁଲୀ ପଇସା ଧାନ ବିକ୍ରି କଲେ କେଜି ପିଛା ଦୁଇ ରୁ ଚାରି କେଜି ସଫା ଧାନ ନାହିଁ କହି ଚାଷୀଙ୍କ ଠାରୁ ଅଧିକା ଧାନ ସଂଗ୍ରହ କରାଯାଉଛି । ମିଲର ଓ ସମବାୟ ସମିତିର ମଧୁଚନ୍ଦ୍ରିକାରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏହି ବିଷୟରେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାର ଚାଷିମାନେ ଅଭିଯୋଗ କରିଛନ୍ତି ।

Exit mobile version