Site icon Awaj Media

ସଂଯୁକ୍ତ କୃଷକ ମୋର୍ଚ୍ଚା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ରେଳ ରୋକ ଆନ୍ଦୋଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଖିଳ ଭାରତ କୃଷକ ସଂଘର୍ଷ ସମିତି ଆହ୍ୱାନରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ଚାରି ଦଫା ନେଇ ରେଳ ରୋକ ଆନ୍ଦୋଳନ କରାଯାଇଥିଲା । ଦାବି ଗୁଡିକ ହେଲା କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ପ୍ରତ୍ୟାହାର କରିବା, ସମସ୍ତ କୃଷି ଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ଗିରଫ ହୋଇଥିବା ସମସ୍ତ କୃଷକ ନେତାମାନଙ୍କୁ ତୁରନ୍ତ ମୁକ୍ତ କରିବା, ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନରେ ସହୀଦ କୃଷକ ପରିବାରକୁ ପର୍ଯ୍ୟାପ୍ତ କ୍ଷତି ପୂରଣ ଦେବା ଇତ୍ୟାଦି .

ଏହି କାର୍ଯ୍ୟକ୍ରମରେ ସିପିଏମ ର ରାଜ୍ୟ ସଂପାଦକ ଜଗନ୍ନାଥ ମିଶ୍ର, DYFI ର ରାଜ୍ୟ ସଂପାଦକ ଯତୀନ ମହାନ୍ତି, ସିପିଏମ ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ଆଞ୍ଚଳିକ କମିଟି ସଭ୍ୟ ମୋହିତ ମିଶାଲ, ସିପିଆଇଏମ ରିବ୍ରେସନର ଶ୍ରୀନୁ ବେହେରା, AIKSର କାର୍ତ୍ତିକ ଶବର, CITU ର ପି.ମୁରଲୀ କ୍ରିଷ୍ଣ।, ଜିଲ୍ଲା କୃଷକ ସଭାପତି କେ.ମିନା ରାଓ, DYFI ର ଯୁବ ନେତା ସୁକୁ ଶବର, ନାଗେଶ୍ୱର ଶବର, ଆଇନଜୀବୀ ଉପେନ୍ଦ୍ର ନାୟକଙ୍କ ସମେତ ବହୁ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ ।

Exit mobile version