Site icon Awaj Media

ନର୍ସିଙ୍ଗ ତାଲିମ ର ତିନି ବର୍ଷ ପରେ ମଧ୍ୟ ମିଳୁନି ପ୍ରମାଣ ପତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ନର୍ସିଙ୍ଗ ତାଲିମ ସମାପନ କରି ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଲାଣି ତଥାପି ସେମାନଙ୍କୁ ମିଳୁନାହିଁ ପ୍ରମାଣପତ୍ର . ତାଲିମ ଶେଷ ହୋଇଥିଲେବି ପ୍ରମାଣପତ୍ର ନଥିବାରୁ ସଂପୃକ୍ତ ଛାତ୍ରୀମାନେ ବେକାର ହୋଇ ଘରେ ବସିଛନ୍ତି । ତୁରନ୍ତ ପ୍ରମାଣ ପତ୍ର ପ୍ରଦାନ ଲାଗି ଛାତ୍ରୀ ମାନେ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରଶାସକଙ୍କ ଦ୍ୱାରସ୍ଥ ହୋଇ ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗଜପତି ଜିଲ୍ଲାର ମୋହନା ବ୍ଳକ ଓ ଗୁମ୍ମା ବ୍ଳକର ପ୍ରାୟ 30 ଜଣ ଛାତ୍ରୀ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଗତ 2014 -15 ମସିହାରେ ଭୁବନେଶ୍ୱର ସ୍ଥିତ ଶ୍ରୀ ବିଦ୍ୟା ନିକେତନ ନର୍ସିଂ କଲେଜରେ ତାଲିମ ନେଇଥିଲେ . ସେମାନଙ୍କ ତାଲିମ ଗତ 2018 ମସିହାରେ ଶେଷ ହୋଇଥିଲା । ତେବେ ଉକ୍ତ ଅନୁଷ୍ଠାନରେ ଏମାନଙ୍କର କିଛି ଫିଜ ବକେୟା ରହି ଯାଇଥିବା ଆଳ ଦେଖାଇ ଏମାନଙ୍କୁ ନର୍ସିଂ ତାଲିମର ପ୍ରମାଣପତ୍ର ଦିଆଯାଇନାହିଁ । ଏହି ଛାତ୍ରୀମାନେ ସମସ୍ତ ତାଲିମ ଶେଷ କରି ଥିଲେ ମଧ୍ୟ ପ୍ରମାଣ ପତ୍ର ନ ଥିବା ଯୋଗୁଁ କୋୖଣସି ସଂସ୍ଥାରେ ଚାକିରୀ କରି ପାରୁନାହାଁନ୍ତି କିମ୍ବା ନିୟୋଜିତ ହୋଇ ପାରୁନାହାଁନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଙ୍କୁ ଭେଟି ନିଜର ଦାବୀ ଜଣାଇବା ସହିତ ପ୍ରମାଣପତ୍ର ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ ଜଣାଇଛନ୍ତି ।

Exit mobile version