Site icon Awaj Media

ରଣପୁର ନରସିଂହପୁର ଅଞ୍ଚଳରେ ଦନ୍ତା ଆତଙ୍କ : ବ୍ୟାପକ ଫସଲ ନଷ୍ଟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ରଣପୁର ନିକଟସ୍ଥ ନରସିଂହପୁର ଠାରେ ହାତୀ ଆତଙ୍କ। ଗତ କିଛିଦିନ ହେବ ରାତିରେ ଦନ୍ତାହାତୀ ଆସି ଆଖପାଖ ଅଞ୍ଚଳର ବହୁ ଫସଲ ନଷ୍ଟ କରୁଛନ୍ତି । ରାତି ତ ରାତି ବର୍ତ୍ତମାନ ନରସିଂହପୁର – ନାଟିମ ରାସ୍ତା ରେ ଦିନବେଳେ ଦନ୍ତାହାତୀ ବୁଲୁ ଥିବାର ଦେଖିବାକୁ ମିଳିଛି । ଫଳରେ ଯାତାୟାତ କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାତୀ ବୁଲୁଥିବାର ଦେଖି ଆଖପାଖ ଗ୍ରାମ ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ଏ ସମ୍ପର୍କରେ ରଣପୁର ରେଞ୍ଜର ଙ୍କ ସହ ଯୋଗାଯୋଗ କରିବାରୁ ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ଯଥାଶୀଘ୍ର ହାତୀ ମାନଙ୍କୁ ବଣ ଭିତରକୁ ଘଉଡାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

Exit mobile version