Site icon Awaj Media

କଳାପଥର ଚନ୍ଦ୍ରଶେଖର କ୍ଲବ ର ବାର୍ଷିକ ଉତ୍ସବ !

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର କ୍ଲବ ର ୪୦ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦ୍‌ଘାଟକ ରୁପେ ଯୋଗଦାନ କରିଥିବା ବେଳେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ .

ଆୟୋଜିତ ଉତ୍ସବରେ ପ୍ରବଚକ ଗଣେଶ୍ୱର ସ୍ୱାଇଁ (ଜଗନ୍ନାଥ ସଂସ୍କୃତି ପର୍ଯ୍ୟବେକ୍ଷକ) ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ . ସମ୍ମାନୀତ ଅତିଥି ଭାବରେ କଳାପଥର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିର୍ଯ୍ୟା ସର୍ଦ୍ଦାର ଅଲିବେଗ , ବାଙ୍କୀ ବିଜୁ ଜନତା ଦଳର ସଭାପତି ଅନନ୍ତ ଚରଣ ଦାସ, ସୁନିଲ୍ କୁମାର ମାନ୍ଧାତା ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଦୁର୍ଯ୍ୟୋଧନ ସେଠୀ , କୁଳମଣି ସ୍ୱାଇଁ ମଂଚାସୀନ ଥିଲେ । ବାଙ୍କୀ ବିଧାୟକ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ବାବା ଚନ୍ଦ୍ରଶେଖର କ୍ଲବର ସଭାପତି ସୂର୍ଯ୍ୟ ପ୍ରକାଶ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ରମେଶ ଚନ୍ଦ୍ର ସାହୁ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥିମାନଙ୍କର ଭାଷଣ, ମୁଖ୍ୟ ବକ୍ତାଙ୍କ ବକ୍ତବ୍ୟ ଏବଂ ମୁଖ୍ୟ ଅତିଥିଙ୍କ ଉଦ୍‌ବୋଧନ ପରେ ଚନ୍ଦ୍ରଶେଖର କ୍ଲବର ବହୁ ପୁରାତନ ଓ ନୂତନ ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା . କଳାପଥର ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଧ ଶବ ସତ୍କାର କରିଥିବା ଦୈତାରୀ ସାହୁଙ୍କୁ “ମଶାଣୀ ସାଥି” ଉପାଧି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି ।

ସାଧାରଣ ସଭା ପରେ ପ୍ରଥମେ କୁସ୍ତି କମ୍ପିଟେସନ, ଡ୍ୟାନ୍ସ ଡ୍ୟାନ୍ସ ଓ କମେଡି ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ସୂର୍ଯ୍ୟ ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଶ୍ରୀକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ . ଚନ୍ଦ୍ରଶେଖର କ୍ଲବ ର ଭିତ୍ତିଭୂମି ବିକାଶ ପାଇଁ ବିଧାୟକ ତାଙ୍କ ବିଧାୟକ ପାଣ୍ଠିରୁ ଚନ୍ଦ୍ରଶେଖର କ୍ଲବ ଘର ପାଇଁ ୫ଲକ୍ଷ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ ଏଥିସହ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଛାଡି ଯାଇଥିବା ଅଧୁରା କାର୍ଯ୍ୟ କଳାପଥର ହସ୍ପିଟାଲକୁ ଏରିଆ ହସ୍ପିଟାଲରେ ପରିଣତ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଛନ୍ତି ।

Exit mobile version