Site icon Awaj Media

ଅମୀୟ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବୟାଳିଶମୌଜା ଉପକଣ୍ଠ ଭାରଗୋଳ ସ୍ଥିତ ନବଜ୍ୟୋତି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଯୁବ ସମାଜସେବୀ ସ୍ୱର୍ଗତ ଅମୀୟ ପ୍ରଧାନ (ମିଟୁ) ଙ୍କ ସ୍ମୃତି ଉଦେଶ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି . ଖେଳରେ ସର୍ବମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିବା ସମୟରେ ମା’ନାରାୟଣୀ କ୍ରିକେଟ କ୍ଲବ, ଡିହସରିଚୁଆଁ ୪୧ ରନ କରି ବିଜୟ ଲାଭ କରି ବିଜୟୀ ପଦକ ସହ ୪୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ବଜରଙ୍ଗୀ କ୍ରିକେଟ କ୍ଲବ, ଦେଉଳିକୁ ରନର୍ସ କପ ସହ ୩୦୦୧ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲା ବେଳେ ଅତିଥି ଭାବେ କୃଷକନେତା ଦେବୀ ପ୍ରସାଦ ପତି, ଅସୀମ ଦାସ ଏବଂ କ୍ଲବ ପକ୍ଷରୁ ଅସିତ ପ୍ରଧାନ, ରାଜେଶ ପ୍ରଧାନ, ସୁବାଷ ପ୍ରଧାନ, ପରମାନନ୍ଦ ଚୌଧୁରୀ, ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

Exit mobile version