Site icon Awaj Media

ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଢେଙ୍କାନାଳ ଜିଲ୍ଳା ର ବିଭିନ୍ନ ସରକାରୀ ବାବୁ ମାନଙ୍କର ମନମୁଖୀ କାର୍ଯ୍ୟକଳାପ ସହ ରାଜନୈତିକ ପ୍ରଭାବରେ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ଧରି ଉଚ୍ଚ ପଦବୀରେ ରହିବାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଧାରଣାରେ ସୂଚନା ଅଧିକାର ଅଭିଯାନର କର୍ମୀ ମାନେ ପୋଡ଼ା ମୋବିଲ ଜାଳି ଏକ ଯଜ୍ଞ କରିଥିଲେ । ଅଭିଯାନର ଜିଲ୍ଲା ଆବାହକ ପ୍ରିୟବତ ପଟ୍ଟନାୟକ ଆଜିର ଏହି ଧାରଣାରେ ବିଭିନ୍ନ ଉଚ୍ଚ ପଦସ୍ତ କର୍ମଚାରୀଙ୍କ ବିରୋଧରେ ସୂଚନା ଅଧିକାର ଆଇନ ମାଧ୍ୟମରେ ଅଧିକାରୀଙ୍କୁ ତଥ୍ୟ ମଧ୍ୟ ମାଗିଥିଲେ ।

ନରୋତ୍ତମ ବେହେରା ଯିଏକି ଏବେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି,ସେ ଆଗରୁ ସଦର ବିଡ଼ିଓ , କାମାକ୍ଷାନଗର ବିଡ଼ିଓ ରୂପେ କାର୍ଯ୍ୟ ତୁଲାଉଥିବା ସମୟରେ ଅନେକ ଗୁଡିଏ ସରକାରୀ ଅର୍ଥ ଆତ୍ମସାତ କରୁଥିବାର ଅଭିଯୋଗ ଆସିଥିଲେ ମଧ୍ୟ କିଭଳି ଭାବେ ଏବେ ଏହି ଜିଲ୍ଲା ରେ କାର୍ଯ୍ୟରତ ଅଛନ୍ତି, ସ୍ମୃତି ରଞ୍ଜନ ମହାପାତ୍ର ଜଣେ କିରାଣୀରୁ କିଭଳି ଭାବେ ଜଣେ ଉଚ୍ଚ ଅଧିକାରୀ ହୋଇ ଏଠାରେ ବହୁଦିନ ହେଲା କାର୍ଯ୍ୟରତ ଅଛନ୍ତି , ଝାଡଶ୍ୱର ଦାସ ଙ୍କ ବିରୋଧରେ ବିଜୁ ପକ୍କା ଘର ଦୁର୍ନୀତି ଅଭିଯୋଗ ଆସିଥିଲେ ମଧ୍ୟ କିଭଳି ଭାବେ ଏଯାବତ ସେ ଅତିରକ୍ତ ବିଡ଼ିଓ ରୂପେ କାର୍ଯ୍ୟରତ ଅଛନ୍ତି, ମନୋଜ ମାଝି ଯିଏ କି ଭୁବନ ର ବାସିନ୍ଦା ହୋଇ ମଧ୍ୟ କିଭଳି ବହୁଦିନ ହେଲା ଭୁବନ ବ୍ଲକ ର ଅତିରିକ୍ତ ତହସିଲଦାର ରୂପେ କାର୍ଯ୍ୟ କରୁଛନ୍ତି , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତରାଣୀ ମିଶ୍ର ଢେଙ୍କାନାଳର ବାସିନ୍ଦା ହୋଇ ମଧ୍ୟ କିଭଳି ଏତେ ବଡ ଦାୟିତ୍ୱରେ ନିଜ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି, ଅତନୁ ସାମନ୍ତ କିଭଳି ଭାବେ ଢେଙ୍କାନାଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ବହୁଦିନ ହେଲା କାର୍ଯ୍ୟ କରୁଛନ୍ତି , ଏହିସବୁ ଘଟଣାକୁ ନେଇ ଓଡିଶା ସୂଚନା ଅଧିକାର ଅଭିଯାନ ଜିଲ୍ଲାପାଳଙ୍କ ମାଧ୍ୟମରେ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିବା ସହ ଏ ସମସ୍ତ ତଥ୍ୟ ସର୍ବସାଧାରଣ କୁ ଦେବା ସହ ଏମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛି ।

Exit mobile version