Site icon Awaj Media

ଆୱାଜ ମିଡ଼ିଆ ର ତାଳଚେର ଏବଂ କଣିହାଁ ବ୍ଲକ ପ୍ରତିନିଧି ସମ୍ବର୍ଦ୍ଧିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମସ୍ୟା ଭିତ୍ତିକ ଖବର ପ୍ରସାରଣ ସହ ସାଧାରଣ ଲୋକଙ୍କର ସମସ୍ୟାକୁ ପ୍ରଶାସନର ଗୋଚରକୁ ଆଣିବା ପାଇଁ ସେଗୁଡିକର ସମାଧାନ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ଆୱାଜ ମିଡ଼ିଆ ର ତାଳଚେର ବ୍ଲକ ଏବଂ କଣିହାଁ ବ୍ଲକ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି . ତାଳଚେର ନିକଟସ୍ଥ ସମଲ ସ୍ଥିତ ସାମାଜିକ ସଂଗଠନ ବଜରଙ୍ଗ ସେବା ସମିତିର ବାର୍ଷିକ ଉତ୍ସବରେ ତାଳଚେର ବ୍ଳକ୍ମ ପ୍ରତିନିଧି ଜମ୍ବେଶ୍ଵର ପଟ୍ଟନାୟକ ଏବଂ କଣିହାଁ ବ୍ଲକ ପ୍ରତିନିଧି ଅଶ୍ୱିନୀ କୁମାର ଦେବତାଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ ବଜରଙ୍ଗ ସେବା ସମିତିର କର୍ମକର୍ତ୍ତା . ତାଳଚେର ଅଞ୍ଚଳର ପରିବେଶ ସଚେତନତା ଉପରେ ଖବର ପ୍ରସାରଣ ସହ ପାନୀୟ ଜଳ , ଗମନାଗମନ ବ୍ୟବସ୍ଥା ଏବଂ ଶ୍ରମିକ ମାନଙ୍କର ସମସ୍ୟା ଉପରେ ତଥ୍ୟ ଭିତ୍ତିକ ତଥା ଗଠନମୂଳକ ଖବର ପ୍ରସାରଣ ପାଇଁ ଉଭୟ ପ୍ରତିନିଧିଙ୍କୁ ସାଧୁବାଦ ଜଣାଇଥିଲେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ .

Exit mobile version