Site icon Awaj Media

କରୋନା ଦ୍ଵିତୀୟ ଲହରୀ !!! କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ମହାରାଷ୍ଟ୍ର କୋଭିଡ ଭୟଭୟତା ପରେ ରାଜ୍ୟ SRC ପ୍ରତ୍ୟେକ ଜିଲ୍ଲାପାଳଙ୍କୁ କୋଭିଡ ଗାଇଡ଼ ଲାଇନ କୁ ଦୃଢ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ ଓ ମୁନିସପାଲଟି ଏବଂ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ଭିଡିଓ କନ୍ଫରେନସ ଅନୁଷ୍ଠିତ ହୋଇଯାଇଛି ।କୋଭିଡ ନିୟମକୁ ଠିକ ଭାବେ କାର୍ଯ୍ୟକାରୀ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଥିବା ବେଳେ ସାମାଜିକ ଦୂରତା ରକ୍ଷା, ସାନିଟାଇଜର ର ବ୍ୟବସ୍ଥା ଏବଂ ଅଯଥା ଗହଳି ନ କରି ବ୍ୟବସାୟୀ ମାନଙ୍କୁ ଦାୟିତ୍ୱ ରଖି ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ । ଏହା ସହ ନିୟମର ଉଲଘଂନ କଲେ ଦୃଢ ପଦକ୍ଷେପ ନିଆଯିବା ସହ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କୋଭିଡ ତାର କାୟା ବିସ୍ତାର କରିବା ଆଶଙ୍କା ଥିବା ବେଳେ ଜନସାଧାରଣ ସଚେତନ ହେବା ପରିଲକ୍ଷିତ ହେଉଛି ।ବାହାର ରାଜ୍ୟରୁ ଆସୁଥିବା ଲୋକ ମାନଙ୍କୁ ନିରୀକ୍ଷଣ କରାଯିବା ସହ ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ହୋମ ଆଇସୋଲେସନ ର ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କେନ୍ଦ୍ରାପଡା ଜିଲାପାଳ ।

Exit mobile version