Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମନ୍ଦିର ପରିସରରେ ବିଶୋଧନ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ବୟାଳିଶ ମୌଜା ଉପକଣ୍ଠ କୂଳସରିଚୁଆଁ ପଞ୍ଚାୟତର ଚାନ୍ଦୁଲି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠନାଥ ମନ୍ଦିର ପରିସର କୁ ବିଶୋଧନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣ ରୋକିବା ତଥା ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆୟୋଜିତ ଏହି ସେଵାକାର୍ଯ୍ୟରେ ପରିଷଦ ପକ୍ଷରୁ କାର୍ଯ୍ୟକର୍ତ୍ତା ଶରତ ରାଉଳ, ରସାନନ୍ଦ ବେହେରା, ମଙ୍ଗରାଜ ସେଠୀ, ପପୁ ପ୍ରଧାନ, ପପୁ ଦାସ, ସଞ୍ଜୟ ପଟ୍ଟନାୟକ, ପିକେ ରାୟ, ବିଜୟ କୁମାର ନାୟକ, ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ଦିର ବିଶୋଧାନ କାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ, ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ, ସାଧୁ ଉଦ୍ୟମକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନମାନଙ୍କରେ ଏହିପରି ବିଭିନ୍ନ ସେଵା ଦିଗରେ ସମସ୍ତେ ସହଯୋଗ କରିବାକୁ ସର୍ବସାଧାରଣରେ ନିବେଦନ କରିଛନ୍ତି ।

Exit mobile version