Site icon Awaj Media

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୈଠକ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସର ପ୍ରାପ୍ତ ଅଧ୍ୟାପକ ନୃସିଂହ ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ସଂପାଦକ ହରି ମୋହନ ପଟ୍ଟନାୟକ, ଉପ ସଭାପତି ଜଗଦୀଶ ମହାପାତ୍ର ଏବଂ ସ୍ଥାୟୀ ସଭାପତି ଲକ୍ଷ୍ମୀନୃସିଂହ ରଥ ମଞ୍ଚାସିନ ଥିଲେ । ସ୍ଥାୟୀ ସଭାପତିଙ୍କ ପ୍ରସ୍ତାବ କ୍ରମେ ଇହଲୀଳା ସମ୍ବରଣ କରିଥିବା ସଭ୍ୟ ସଭ୍ୟାଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା ।

ସଭ୍ୟ ମାନଙ୍କ ଆଲୋଚନା କ୍ରମେ ପାରଳାଖେମୁଣ୍ଡି ସହରର ଟ୍ରାଫିକ ସମସ୍ୟା ରାସ୍ତାଘାଟରେ ଦୁର୍ଘଟଣା ଉପରେ ଘୋର ଉଦବେଗ ପ୍ରକାଶ କରାଯାଇ ପ୍ରତିକାର ନିମନ୍ତେ ପ୍ରଶାସନ କୁ ଅନୁରୋଧ କରାଗଲା । ବ୍ୟାଙ୍କ, ବିଦ୍ୟୁତ, ଖଜଣାଆଦାୟ କେନ୍ଦ୍ର ରେ ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ନିମନ୍ତେ ଏକ ସ୍ୱତନ୍ତ୍ର କୋଠା ଘର ପାଇଁ ଜମି ପ୍ରଦାନ ଓ ବରିଷ୍ଠ ନାଗରିକ ଅବସର ବିନୋଦନ କେନ୍ଦ୍ର ନିମନ୍ତେ ସ୍ୱତନ୍ତ୍ର ଗୃହ ଯୋଗାଇବା ପାଇଁ ଜିଲ୍ଲାପାଳ ମହୋଦୟ ଙ୍କୁ ଅନୁରୋଧ କରାଯିବା କୁ ପ୍ରସ୍ତାବ ଗୃହୀତ ହେଲା ଶେଷରେ ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଗଲା !!

Exit mobile version