ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ କଙ୍କିଳି ଗ୍ରାମରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।
ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏହି ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ ଆୟୋଜନ କରିଥିଲେ । ଅଷ୍ଟପ୍ରହରି ନାମ ସଂକୀର୍ତ୍ତନ ରେ ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ, ହରି ଭକ୍ତ, ସଂକୀର୍ତ୍ତନ ପ୍ରେମୀ ଏକତ୍ରିତ ହୋଇ ଏହି ନାମ ସଂକୀର୍ତ୍ତନ ରେ ପ୍ରତ୍ୟେକ୍ଷ ଭାବେ ଯୋଗ ଦେବା ସହ ଭଗବାନଙ୍କ ନାମ ଜପ ସଂକୀର୍ତ୍ତନ କରିଥିଲେ ।

