Site icon Awaj Media

ଦ୍ଵିତୀୟ ପର୍ଯ୍ୟାୟ କରୋନା ଟୀକାକରଣର ୨ୟ ଦିବସରେ ୨୩୪ ଜଣଙ୍କୁ ଟୀକାଦାନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟୀକାଦାନ କାର୍ଯ୍ୟକ୍ରମର ୨ୟ ଦିବସରେ ୧୧୦ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ମାନେ ଟୀକା ଗ୍ରହଣ କରିଥିବା ବେଳେ ୧୨୪ ଜଣ ବରିଷ୍ଠ ନାଗରିକଙ୍କୁ ଟୀକା ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ଡାକ୍ତର ରାକେଶ କୁମାର ଜେନା, ସ୍ୱାସ୍ଥ୍ୟ ପରିଦର୍ଶକ ନିଗମାନନ୍ଦ ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ, ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ, ଶିବାନି ବୋଷ, ରଂଜିତା ସ୍ୱାଇଁ, ଭାରତୀ ଦାଶ, ବେଲାରାଣୀ କୁଅଁର, ରତ୍ନମଞ୍ଜରୀ ଆଚାର୍ଯ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା, ପ୍ରତାପ ସେଠୀ, ବିକାଶ ନାୟକ, ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ, ଷ୍ଟାଟିଷ୍ଟିକାଲ ସହକାରୀ ସୁଧୀରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version