Site icon Awaj Media

ଉତ୍କଳ ସାମ୍ବାଦିକ ସଂଘ – କଟକ ଜିଲ୍ଲା ତରଫରୁ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଉତ୍କଳ ସାମ୍ବାଦିକ ସଂଘ ର କଟକ ଜିଲ୍ଲା ଶାଖା ତରଫରୁ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି . ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ଅନୁବନ୍ଧିତ ସାମ୍ବାଦିକ ସଙ୍ଘ ତରଫରୁ ସମାଜ ଅନୁଷ୍ଠାନର ଗୋପବନ୍ଧୁ ଚିକିସ୍ଥାଳୟ ମାଧବପୁର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଅନୁଷ୍ଠିତ ହୋଇଯାଇଛି, ଏହି ସମାବେଶରେ “ସାମ୍ବାଦିକ ଓ ସମ୍ବାଦପତ୍ର” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା,

କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ଓ ଜିମସାର ର ଅଧକ୍ଷ ନିରଞ୍ଜନ ରଥ, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସମାଜ ରିଲିଫ କମିଟିର ଆଜୀବନ ସଦସ୍ୟ ପ୍ରଭାସ ଆଚାର୍ଯ୍ୟ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ଡ଼. ଜିମୁତ ମଙ୍ଗରାଜ, ସମ୍ପାଦକ ବେଣୁଧର ପଣ୍ଡା, ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ସଦସ୍ୟ ପ୍ରଭାକର ଶିରୋମଣି, ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ୱଜିତ ନାୟକ, ଉପ-ସଭାପତି ବିନାୟକ ମିଶ୍ର, ଦୈନିକ କାଳାନ୍ତର ସଭାପତି ସୌମ୍ୟକାନ୍ତ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ . ଧନ୍ୟବାଦ ପ୍ରଦାନ କରିଥିଲେ ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ !

କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ସମାଜର ମୁଦ୍ରାକର, ପ୍ରକାଶକ ତଥା ଜିମସାର ର ଅଧ୍ୟକ୍ଷ ନିରଞ୍ଜନ ରଥ, ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ଡ଼. ଜିମୁତ ମଙ୍ଗରାଜ, କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା . ଏହି ରାଜ୍ୟସ୍ତରୀୟ ସମାବେଶରେ ରାଜ୍ୟର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ, ବିଭିନ୍ନ ଜିଲାର ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version