Site icon Awaj Media

ଓଡିଶା ପ୍ରତିଭା ପୂଜା ସଂସଦ ତରଫରୁ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡିଶା ପ୍ରତିଭା ପୂଜା ସଂସଦ ଯାଜପୁର ଶାଖା ତରଫରୁ ଦ୍ଵିତୀୟ ବାର୍ଷିକ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି . ଯାଜପୁର ଜିଲ୍ଲା ସୁକିନ୍ଦା କଳାବିକାଶ କେନ୍ଦ୍ର ପ୍ରାଙ୍ଗଣରେ ଓଡିଶା ପୂଜା ସଂସଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁକିନ୍ଦାର ରାଜା ସାହେବ ଶ୍ରୀଯୁକ୍ତ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଯୋଗଦାନ କରିଥିଲେ .

ଅନ୍ୟତମ ଅତିଥି ଭାବେ ସାହିତ୍ୟ ସାରଥୀ ଶରତ ରାୟ , ଓଡିଶା ପ୍ରତିଭା ପୂଜା ସଂସଦ ର ରାଜ୍ୟ ସମ୍ପାଦକ ଦିଲୀପ କୁମାର ଦାସ , କଳା ବିକାଶ କେନ୍ଦ୍ରର ସାଧାରଣ ସମ୍ପାଦକ ମନୋରଞ୍ଜନ ଦାସ , ଅଧ୍ୟାପକ ହିମାଂଶୁ ଦ୍ବିବେଦୀ ଏବଂ ଆଇନଜିବୀ ବିବେକାନନ୍ଦ ବୋଷ , ବରିଷ୍ଠ ସାମ୍ବାଦିକ ଜୟନରାୟଣ ମହାପାତ୍ରଙ୍କ ସମେତ ମୁଖ୍ୟ ବକ୍ତା ଭାବେ ବାହାଦୂର ପାଟଶାଣୀ ଯୋଗ ଦେଇଥିଲେ . ମୁଖ୍ୟ ଅତିଥି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଦୀପ ପ୍ରଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପରେ ସୁକିନ୍ଦା କଳାବିକାଶ କେନ୍ଦ୍ରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା , ବହୁ ସାହିତ୍ୟକାର ଏବଂ ସାହିତ୍ୟ ପ୍ରେମୀ ଉପସ୍ଥିତରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Exit mobile version