ଅନନ୍ୟା – ଗଜପତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ !!

0
322

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ରସିକରାଜ ମହାପ୍ରଭୁ ଆପନା ପରିଛା ମଠ ପରିସରରେ ଅନନ୍ୟା-ଗଜପତି , ପ୍ରଗତିଶୀଳ ଜିଲ୍ଲା ମହିଳା ସଙ୍ଗଠନ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ମାନେ ଦେଶ ଓ ଜାତି ଗଠନର ମୁଖ୍ୟ ପୁରୋଧା ତଥା ନାରୀ ସଶକ୍ତିକରଣର ଜାଗ୍ରତ ପ୍ରହରୀ ଏବଂ ଜନନୀର ଶାନ୍ତ ରୂପ କାଳୀଙ୍କ ସଂହାର ରୂପରେ ସାଂସାରରେ ପରିଚିତା ବୋଲି ଆଲୋଚନା ପ୍ରସଙ୍ଗରେ ବକ୍ତା ଗଣ କହିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନା ଏବଂପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ମମତା ଆପଟ , ସମ୍ପାଦିକା ତନୁଜା ଶତପଥି, ଉଦ୍ଘାଟକ ହରେରାମ ଚୌଧୁରୀ, ମୁଖ୍ୟ ଅତିଥି ପଣ୍ଡିତ ନରସିଂହ ଗୌଡ଼, ମୁଖ୍ୟବକ୍ତା ଜେ.ନର୍ମଦା ଦାସ, ସମ୍ମାନୀତ ଅତିଥି ମୁରଲୀଧର ପରିଛା, ସୁକାନ୍ତିରାଣୀ ପାଢ଼ୀ ଯୋଗ ଦେଇଥିଲେ । ଗୁରୁ ନରସିଂହ ପ୍ରସାଦ ପାଢ଼ିଙ୍କ ପରିଚାଳନା ଏବଂ ତନୁଜା ଶତପଥିଙ୍କ ରଚିତ ସଂଗୀତ ପ୍ରଥମେ ଆବହ ସଂଗୀତ ସମୂହ ଗାନ କରାଯାଇଥିଲା । ଏହି ଶୁଭ ଅବସରରେ ବହୁଗୁଣରେ ପାରଦର୍ଶିତା ଲାଭକରିଥିବା ଅଧ୍ୟାପିକା ଦି.ପ୍ରିୟଙ୍କା ଙ୍କୁ ଅନନ୍ୟା ପ୍ରତିଭା ସମାନ ପ୍ରଦାନ କରାଯାଇଥିଲା ।

ଶଙ୍ଖ, ହୁଳହୁଳି, ଝୋଟୀ, ମେହେନ୍ଦୀ, କାକରା ପିଠା, ଅଳତା, ଓଢ଼ଣୀ, ପ୍ରଭୃତି ପ୍ରତିଯୋଗିତାରେ ୧୮ବର୍ଷରୁ ୫୦ ବର୍ଷୀୟ ନାରୀମାନେ ଅଂଶଗ୍ରହଣ କରିଥିଲେ । କୃତୀ ମହିଳାମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଶେଷରେ ଅନୁଶ୍ରୀ ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଚୌଧୁରୀ , ମୁରଲୀଧର ପରିଛା, ତ୍ରିପତି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here