Site icon Awaj Media

ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଦାବିରେ ଜାତୀୟ ରାଜପଥ 55 ଅବରୋଧ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଦାବିରେ ଜାତୀୟ ରାଜପଥ 55 ଅବରୋଧ କଲେ ଶଙ୍କରପୁର, ସପ୍ତଶଯ୍ୟା, କାମୁନି, ମହିଷାପାଟ ଅଞ୍ଚଳର ଅଧିବାସୀ । ଢେଙ୍କାନାଳ ସହରକୁ ଉପରୋକ୍ତ ଗ୍ରାମ ଗୁଡିକର ଅଧିବାସୀ ମାନେ ପ୍ରତିଦିନ ବିଭିନ୍ନ କାମ କାର୍ଯ୍ୟ ପାଇଁ ଯାତାୟାତ କରିଥାନ୍ତି , ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଲୋକ ଏହି ଜାତୀୟ ରାଜପଥ ଦେଇ ସହରକୁ ଆସୁଥିବା ସମୟରେ ଜାତୀୟ ରାଜପଥ କାର୍ଯ୍ୟାଳୟ ତରଫରୁ ହୋଇଥିବା ତ୍ରୁଟି ପୂର୍ଣ୍ଣ ରାସ୍ତା ନିର୍ମାଣ ଅନେକ ସମୟରେ ଲୋକମାନଙ୍କୁ ଦୁର୍ଘଟଣା ସମ୍ମୁଖିନ ହେବାକୁ ପଡୁଛି । ଅନେକ କ୍ଷେତ୍ରରେ ଦୁର୍ଗଠନ ଜନିତ ମୃତ୍ୟୁ ଘଟିଥିବା ସମୟରେ କେତେକ ଲୋକ ଆଜୀବନ ଅକର୍ମଣ୍ୟ ମଧ୍ୟ ହେଇ ଯାଉଛନ୍ତି । ସ୍ଥାନୀୟ ଅଞ୍ଚଳ ବାସୀ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସଫଳ ମିଳୁନାହିଁ ।

ଏହାଦ୍ୱାରା ଅଞ୍ଚଳ ବାସୀ ଅଧିକ ଉତକ୍ଷିପ୍ତ ହୋଇ ଆଜି ଏହି ରାସ୍ତାକୁ ସକାଳ 10 ଟା ସମୟରେ ଅବରୋଧ କରି ରହିଥିଲେ । ଆଜିର ଏହି ଧାରଣାରେ ସମାଜସେବୀ ରାମ ପାତ୍ର ଙ୍କ ସମେତ ଅନେକ ସାମାଜିକ କର୍ମୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ରାସ୍ତାରୋକ ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ଅଧିକରିଣୀ ନମିତା ପଟ୍ଟନାୟକ, SDPO ଶ୍ରୀହର୍ଷ ମିଶ୍ର, ସଦର ତହସିଲଦାର ଲକ୍ଷ୍ମଣ ଦଳେଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ଏଠାରେ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ନିର୍ମାଣ କରିବାକୁ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ସହ କଥାହୋଇ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ ।

Exit mobile version