Site icon Awaj Media

୧୬ ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ମିନି ଟ୍ରକ ଚାଳକ ଗୁରୁତର !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିପଦସଂଙ୍କୁଳ ହୋଇପଡିଛି ୧୬ ନମ୍ବର ଜାତୀୟ ରାଜପଥ . କନ୍ଧ ନୟାଗଡ ବାଇପାସ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣା ପଡିଛି l ଦୁର୍ଘଟଣାରେ ଜଣେ ମିନି ଟ୍ରକ୍ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଛି l

ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ କନ୍ଧ ନୟାଗଡ ବାଇପାସ୍ ରେ ରାସ୍ତା କଡରେ ଏକ ଖାଇବା ତେଲ ବୋଝେଇ ଟ୍ୟାଙ୍କରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଗାଡିଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଦ୍ରୁତଗାମୀ ଟ୍ରଲର ଟ୍ୟାଙ୍କର ପଛରେ ମାଡ ହୋଇଥିଲା l ଫଳରେ ଟ୍ୟାଙ୍କର ପଛେ ପଛେ ଆସୁଥିବା ମିନି ଟ୍ରକ୍ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ମିନି ଟ୍ରକ ଟି ଟ୍ରଲର ପଛରେ ପିଟି ହୋଇ ଯାଇଥିଲା l ଦୁର୍ଘଟଣାରେ ଗାଡି ଦୁଇଟି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ କେବଳ ମିନି ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଥିଲେ l

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମିନି ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ , ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା ସ୍ଥଲରେ ପହଞ୍ଚି ୩ ଟି ଯାକ ଗାଡିକୁ ଜଵତ କରି ତଦନ୍ତ ଚଳାଇ ଥିବା ଜଣା ପଡିଛି l

Exit mobile version