Site icon Awaj Media

ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ : କନ୍ଦରପୁର ବିଜୟୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବରଦା ଗ୍ରାମ ସ୍ଥିତ ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ଆନୁକୂଲ୍ୟରେ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବରଦା ମିନିଘାଇ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି . ଖେଳରେ ମୋଟ ୮ଟି ଟିମ ଅଂଶଗ୍ରହଣ କରିଥିବା ସମୟରେ ଗେମ ଚେଞ୍ଜର କନ୍ଦରପୁର ୬ ଓଭରରେ ୪୬ରନ କରି ବିଜୟ ଲାଭକରି ବିଜୟୀ ପଦକ ସହ ୭୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ ଜୁନିୟର ଷ୍ଟାର ସିଦ୍ଧେଶ୍ୱରପୁର କ୍ରିକେଟ କ୍ଲବକୁ ରନର୍ସ କପ ସହ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁର୍ନାମେଣ୍ଟ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ !

ସମ୍ମାନୀତ ଅତିଥି ଭାବେ ଶୁଭଶାନ୍ତି ଡେଭଲପରର ଅଧ୍ୟକ୍ଷ ସ୍ୱରୂପ ସୁମନ ଦାସ, ଧୂଳେଶ୍ୱର ସାହୁ, ଫକୀର ଚରଣ ଦାସ, ଦୁଃଶାସନ ମାଝୀ, ଅଲେଖ ଚନ୍ଦ୍ର ଦାସ, କାଳନ୍ଦୀ ଚରଣ ଦାସ, ରବୀନ୍ଦ୍ର ସାହୁ, ଜଗଦୀଶ ଚନ୍ଦ୍ର ଦାସ, ଗୁରୁଚରଣ ଦଳାଇ, ସତ୍ୟପିର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଅମ୍ପେୟାର ଭାବେ ପୂର୍ଣ୍ଣଚନ୍ଦ୍ର ତରାଇ,ହିମାଂଶୁ ଶେଖର ଦାସ, ଚନ୍ଦନ କୁମାର ବେହେରା ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Exit mobile version