ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହଙ୍ଗା ପଡିଲା ମିଥ୍ୟା ତଥ୍ୟ ଦେଇ ଅଧିକ ଟୋକନ ହାତେଇବା ଘଟଣା . ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହିର ଦୁର୍ଗାଶୀ କେଶବ ରାଓ ଚଳିତ ଖରିଫ ଋତୁ 2020 / 21ବର୍ଷ ପାଇଁ ମିଥ୍ୟା ତଥ୍ୟ ଦର୍ଶାଇ ରାମ ଲିଙ୍ଗେଶ୍ୱର ସମବାୟ ସମିତିରେ ଧାନଚାଷି ଭାବରେ ପଞ୍ଜିକରଣ କରିଥିଲେ । ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ତାଙ୍କର ମୋଟ ଚାଷ ଜମି 11.305 ଏକର ମଧ୍ୟରୁ 5.28 ଏକର ଜମିରେ ଧାନ ଚାଷ ହୋଇଥିଲା , ଅବଶିଷ୍ଟ 6.019 ଏକର ଜମିରେ ଧାନ ଚାଷ ହୋଇ ନଥିବା ବେଳେ ସମସ୍ତ 11.30 ଏକର ଜମିରେ ଧାନଚାଷ କରି ଥିବା ଦର୍ଶାଇ ସରକାରଙ୍କୁ ମୋଟ 206 କ୍ୟୁଣ୍ଟାଲ ଧାନ ବିକ୍ରି କରି ସରକାରୀ ଧାର୍ଯ୍ୟ ଦରରେ କ୍ୟୁଣ୍ଟାଲ ପ୍ରତି 1868 ଅର୍ଥ ରାଶି ହଡପ କରି ଥିବା ଜଣାପଡ଼ିଛି । ସ୍ଥାନୀୟ ଜନସାଧାରଣ ଉକ୍ତ ହଡପ ଘଟଣାକୁ ଅବଗତ ହେବା ପରେ ଗଜପତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡିର ତହସିଲଦାର ଘଟଣାର ସବିଶେଷ ଅନୁସନ୍ଧାନ କରି ଏକ ବିବରଣୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ଅଧାରୁ ଅଧିକ ପଡିଆ ପଡିଥିବା ଜମିରେ ଧାନ ଚାଷ ହୋଇ ନ ଥିଲା । ଏହି ଠକେଇ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ.ଆଇ.ଆର ରୁଜୁ କରିବା ସହ 1.00.000 ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାମ ଲିଙ୍ଗେସ୍ୱର ସମବାୟ ସମିତି କେରାଣ୍ଡିର ସମ୍ପାଦକ ଇ.ରାମ ପ୍ରସାଦକୁ ନିଲମ୍ବନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠି ସ୍ଥାନୀୟ ପୋଲିସ ଥାନାରେ ଦୁର୍ଗାସୀ କେଶବ ରାଓଙ୍କ ବିରୋଧରେଏଫ.ଆଇ.ଆର ରୁଜ୍ଜୁ କରିଛନ୍ତି । ଜିଲ୍ଲାପାଳଙ୍କ ଏପରି ତ୍ୱରିତ ବିଚାର ପ୍ରକ୍ରିୟାକୁ ଚାଷୀମାନେ ସ୍ୱାଗତ କରିଛନ୍ତି .

