ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରଣପୁର ର ଅଧିଷ୍ଠାତ୍ରୀ ଦେବୀ ଉପର ମଣିନାଗ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି l ଏହି ଯଜ୍ଞ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଣିନାଗ ଯଜ୍ଞ କମିଟି ତରଫରୁ ସୂଚନା ମିଳିଛି l କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ 11 ତାରିଖରେ ଅଙ୍କୁରୋପଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l 12 ତାରିଖରେ ଯଜ୍ଞ ଆରମ୍ଭ, 13 ତାରିଖରେ ମହାଶକ୍ତି ଯଜ୍ଞ ଆରମ୍ଭ, 14 ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି l ଏଥିରେ ଅଧ୍ୟାପକ ଗୋଦାବରୀଶ ଶତପଥୀ ମୁଖ୍ୟ ପୁରୋଧା ଭାବରେ କର୍ମ ସମ୍ପାଦନା କରୁଛନ୍ତି l ଭକ୍ତ ମାନେ ରଣପୁର ବଧି ପୁଷ୍କରିଣୀରୁ କଳସ ବୁଡାଇ ଜଳ ପୂର୍ଣ୍ଣ କଳସକୁ ମୁଣ୍ଡରେ ମୁଣ୍ଡାଇ କଳସ ଯାତ୍ରାରେ ଚାଲି ଚାଲି ଉପର ମଣିନାଗ ପୀଠରେ ପହଞ୍ଚିଥିଲେ l ଯଜ୍ଞ କମିଟିର ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ କୋଭିଡ଼ କଟକଣା ନିୟମ ପାଳନ ଉପରେ ଗୁରୁତ୍ୱ ଦେଇ ଯଜ୍ଞ କାର୍ଯ୍ୟ ଚାଲୁ ରଖିଛନ୍ତି l
ସୂଚନା ଥାଉ କି, ରଣପୁର ସମେତ ଜିଲ୍ଲାର ଐତିହ୍ୟ ଏବଂ ଐକ୍ୟ ବହନ କରୁଥିବା ଏହି ପୀଠଟି ପାହାଡ଼ ପାଦ ଦେଶରୁ ପ୍ରାୟ ୫ କିଲୋମିଟର ଉଚ୍ଚରେ ଅବସ୍ଥିତ । ପ୍ରଭୁ ନୀଳମାଧବ ଅନ୍ତର୍ଧ୍ୟାନ ହୋଇ ପୁରୀ ଗଲା ପରେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଶବର ରାଜା ବିଶ୍ଵାବସୁ ଙ୍କ ସାନଭାଇ ବିଶ୍ଵ ବାସବ ମା ‘ ଙ୍କୁ ଏହି ପାହାଡ଼ ଶିଖରରେ ସ୍ଥାପନ କରିଥିଲେ। ଏହା ଉପର ମଣି ନାଗ ଭାବେ ପରିଚିତ । ରଣପୁର ର ରାଜା ପାହାଡ଼ ଶିଖରର ସେହି ସ୍ଥାନରେ ମା’ ଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସବୁଦିନ ପାହାଡ଼ ଉପରକୁ ଯାଇ ପୂଜାର୍ଚ୍ଚନା କରିବା କଷ୍ଟ ସାଧ୍ୟ ହେଉଥିବାରୁ ଦିନେ ମା ‘ ଙ୍କ ସ୍ୱପ୍ନାଦେଶ କ୍ରମେ ପାହାଡ଼ ପାଦଦେଶରେ ଦେଶରେ ଅନ୍ୟ ଏକ ବିଗ୍ରହ ପ୍ରତିଷ୍ଠା କଲେ । ସେହି ଦିନରୁ ପାଦ ଦେଶରେ ପୂଜା ପାଉଥିବା ମା’ ଙ୍କ ପୀଠ ତଳ ମଣିନାଗ ପୀଠ ଭାବେ ପରିଚିତ ହେଲା ଏବଂ ପାହାଡ଼ ଶିଖର ପୀଠ ଉପର ମଣି ନାଗ ପୀଠ ଭାବେ ବିବେଚିତ ହେଲା ।

