Site icon Awaj Media

ଢେଙ୍କାନାଳ ଅନୁଗୁଳ ଦୈନିକ ଯାତ୍ରୀ ସଂଘ ର ବୈଠକ ଅନୁଷ୍ଠିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ରଥଗଡା ଠାରେ ଥିବା ଦାଧିବାମନ ମଠ ଠାରେ ଢେଙ୍କାନାଳରୁ ଅନଗୁଳ ଯାଉଥିବା ଦୈନିକ ଯାତ୍ରୀ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାସେଞ୍ଜର ଟ୍ରେନ ବନ୍ଦ ହେବ ପରଠାରୁ , ଯେଉଁ ଯାତ୍ରୀମାନେ ନିଜର ବୃତି ପାଇଁ ପ୍ରତିଦିନ ଅନୁଗୁଳ କିମ୍ବା ଢେଙ୍କାନାଳରୁ ଭୁବନେଶ୍ୱର ଯିବା ଆସିବା କରୁଛନ୍ତି ସେମାନେ ବିଗତ ଏକ ବର୍ଷ ହେଲା ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି । କରୋନା କଟକଣା ସ୍ଥିତିରେ ପାସେଞ୍ଜର ଟ୍ରେନ ବନ୍ଦ ହେବା ପରେ ନିଜର ବୃତି ପାଇଁ ପ୍ରତିଦିନ କଟକ କିମ୍ବା ଭୁବନେଶ୍ୱର ଯାଉଥିବା ହଜାର ହଜାର ପାସେଞ୍ଜର ଦୈନିକ ବସ କିମ୍ବା ବ୍ୟକ୍ତିଗତ ସୁବିଧାରେ ଯିବାକୁ ପଡୁଛି ,ଯାହାକି ପ୍ରାୟ ଦୈନିକ 300 ରୁ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ କୋରନା ସଂକ୍ରମଣ ଅତ୍ୟନ୍ତ କମ ଥିଲେ ମଧ୍ୟ ସରକାର କାହିଁକି ଟ୍ରେନ ଚଳାଚଳ ବନ୍ଦ ରଖିଛନ୍ତି ତାହା ଏବେ ଚିନ୍ତା ର ବିଷୟ ପାଲଟିଛି । ଅନ୍ୟ ସମସ୍ତ କ୍ଷେତ୍ରରେ କରୋନା କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ରେଳ ଚଳାଚଳକୁ ସରକାର ବନ୍ଦ ରଖିବା ହାସ୍ୟାସ୍ପଦ ବୋଲି ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଛି . ଦୈନିକ ଯାତ୍ରୀଙ୍କର ଖର୍ଚ ବଢ଼ିଥିବା ଏପରି ନୀତିକୁ ତୀବ୍ର ନିନ୍ଦା କରାଯାଇଛି । ଯାତ୍ରୀମାନେ ଏହା ଆଗରୁ ଅନେକ ଥର ବିଭାଗୀୟ ମନ୍ତ୍ରୀ ଏବଂ ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ଜରିଆରେ ପୂର୍ବତଟ ରେଳ ବିଭାଗର ମହା ପ୍ରବନ୍ଧକଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇଲେ ନାହିଁ । ସାଧାରଣ ବୈଠକରେ ଏହି ନିଷ୍ପତି ନିଆଯାଇଛି କି ସଂଘ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବ । ଆଜିର ଏହି ବୈଠକରେ ସଂଘର ସଭାପତି ଲଷ୍ମୀପ୍ରସାଦ ପଟ୍ଟନାୟକ, ସମ୍ପାଦକ ବଦ୍ରୀ ନାରାୟଣ ମିଶ୍ର ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version