Site icon Awaj Media

ବଢୁଛି ବୁଲା କୁକୁରଙ୍କ ଉପଦ୍ରବ : ନୟାନ୍ତ ହେଲେଣି ପାରଳା ସହରବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସାହି ଗଳି ଛକ ଗୁଡିକରେ ବୁଲା କୁକୁରଙ୍କ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ସକାଳୁ ପ୍ରାତଃଭ୍ରମଣ ସମୟରେ ବରିଷ୍ଠ ନାଗରିକ ବା ସହରବାସୀ ଯିବା ଆସିବା କରିବା ବେଳେ ଭୁକି କାମୁଡିବା ପାଇଁ ଉପରକୁ ମାଡି ଆସୁଛନ୍ତି . କୁକୁରଙ୍କ ଉପଦ୍ରବରେ ସହରବାସୀ ଭୟଭୀତ ହୋଇ ରହିଛନ୍ତି । କୌଣସି କାମରେ ସକାଳୁ ବସରେ ଯିବାକୁ ହେଲେ କୁକୁର କାମୁଡ଼ି ବାକୁ ଗୋଡାଇଥାନ୍ତି । ସେହି ଭଳି ସନ୍ଧ୍ୟା ସମୟରେ ମଧ୍ୟ ମଠ ମନ୍ଦିର ଯିବା ସମୟରେ ବରିଷ୍ଠ ନାଗରିକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଛାତ୍ରଛାତ୍ରୀ ମାନେ ଟିୟୁସନ ବା ସ୍କୁଲ କଲେଜ ଯିବା ସମୟରେ ଭୟଭୀତ ହୋଇ ଯାଆନ୍ତି । ଦୀର୍ଘ ଦିନ ହେଲା ଏହି ସମସ୍ୟା ସହରରେ ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି ପୌର ପରିଷଦର କିଛି ପଦକ୍ଷେପ ନ ନେବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରି ରଖିଛି । ବିଭିନ୍ନ ସମୟରେ ସହରର ଲୋକଙ୍କୁ କୁକୁର କାମୁଡି ଥିଲେ ସୁଦ୍ଧା ପୌର ପରିଷଦ ନିଦାବିଷ୍ଣୁ ପାଲଟି ଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲା ବାସୀ ଉପକୃତ ହୋଇପାରିବେ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version