Site icon Awaj Media

ଜିଲ୍ଲା କୃଷି ମହୋତ୍ସବର ଦ୍ୱିତୀୟ ଦିନରେ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଜିଲ୍ଲା କୃଷି ମହୋତ୍ସବ ର ଦ୍ୱିତୀୟ ଦିନରେ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିସା ବେହେରା ଉପସ୍ଥିତ ରହି ମତ୍ସ୍ୟ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ନିଜର ମତ ବ୍ୟକ୍ତ କରିଥିଲେ ଓ ଚାଷୀ ମାନଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଯୋଜନାରେ ଅବଗତ ହୋଇ ଚାଷି କିପରି ଉପକୃତ ହୋଇପାରିବେ ତା ଉପରେ ବୁଝାଇ ଥିଲେ । ସେହି ଭଳି ଉଦ୍ୟାନ ବିଭାଗ ପକ୍ଷରୁ ସରକାର ଙ୍କର ବିଭିନ୍ନ ଯୋଜନା ଉପରେ ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ କେ. ସୁଦର୍ଶନ ଚାଷୀଙ୍କୁ ବୁଝାଇ ଥିଲେ । ଜିଲ୍ଲା ସହକାରୀ କୃଷି ଅଧିକାରୀ ଇରିନିୟସ ପ୍ରଧାନ କୃଷି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଚାଷୀଙ୍କୁ ବୁଝାଇ ଥିଲେ । କୃଷି ବିଭାଗର ଏ.ଡି. ଏ ସୋଏଲ କେମେଷ୍ଟ୍ରି ନିରଞ୍ଜନ ମହାପାତ୍ର ମଞ୍ଚାସିନ ଥିଲେ । ଆଜିର କାର୍ଯ୍ୟକ୍ରମରେ ଗୁମ୍ମା ବ୍ଳକର ସହକାରୀ କୃଷି ଅଧିକାରୀ ସଚିନ୍ଦର କୁମାର ସେଠୀ ଉପସ୍ଥିତ ରହି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଚାଷୀମାନେ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ପଚାରି ବୁଝିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଆଜିର ମୁଖ୍ୟ ଆଲୋଚନା ଥିଲା ଚାଷୀଙ୍କ ଉନ୍ନତିରେ କୃଷକ ଉତ୍ପାଦକ ସଂଘର ଭୂମିକା ଓଡିଶାରେ ଫୁଲ ଚାଷର ସମ୍ଭାବ୍ୟତା, ପୋଷଣୀୟ ମତ୍ସ୍ୟଚାଷ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଳକର ଚାଷି ଉପସ୍ଥିତ ରହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।

Exit mobile version