ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦୁର୍ଗାପ୍ରସାଦ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ଦାବୀରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ . ଦୁର୍ଗାପ୍ରସାଦ ଗ୍ରାମକୁ ସରକାରଙ୍କ ଦ୍ୱାରା ଏକ ରେଭେନିଉ ଗ୍ରାମର ମାନ୍ୟତା ଦାବି ଏବଂ ଢେଙ୍କାନାଳର ପୁରୁଣା ହସ୍ପିଟାଲ କୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ ।
ଦୁର୍ଗାପ୍ରସାଦ ଗ୍ରାମରେ 1600 ଗ୍ରାମବାସୀ ରହୁଥିବା ସ୍ଥଳେ, 1000 ଭୋଟର ଅଛନ୍ତି । ଏହି ଗ୍ରାମରେ ବଳଦେବ ଜୀଉ ମନ୍ଦିର ଅଛି ଯାହାକି ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ । ଗ୍ରାମରେ ପ୍ରାୟ 40 ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଛି । 1989 ମସିହାରୁ ଦେବୋତ୍ତର ବିଭାଗ ଦ୍ଵାରା ଗ୍ରାମବାସୀଙ୍କୁ 20 ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି । ସମସ୍ତ ସୁବିଧା ଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ସରକାର ଉକ୍ତ ଗ୍ରାମକୁ ଏକ ସ୍ୱତନ୍ତ୍ର ରେଭେନିଉ ଭିଲେଜ ର ମାନ୍ୟତା ଦେବାରେ ଯେଉଁ ଅବହେଳା ପ୍ରଦାନ କରୁଛନ୍ତି ,ସେଥିପାଇଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ପର୍ଯ୍ୟନ୍ତ ଗ୍ରାମଟି ଏକ ପଡା ରୂପେ ପରିଗଣିତ ହୋଇଆସୁଛି ।
ଏହାକୁ ଯଥାଶୀଘ୍ର ଏକ ସ୍ୱତନ୍ତ୍ର ଗ୍ରାମର ମାନ୍ୟତା ନ ମିଳିଲେ ଗ୍ରାମବାସୀ ଆସନ୍ତା ଏପ୍ରିଲ ମାସ 9 ତାରିଖ ଠାରୁ ଏହି ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ସରକାରକୁ ଶକ୍ତ ଚେତାବନୀ ଦେଇଛନ୍ତି । ଏଥି ସଂଗେ ସଂଗେ ପଞ୍ଚାୟତ ନିର୍ବାଚନ କୁ ସମ୍ପୂର୍ଣ ବର୍ଜନ କରିବା ସହ ସରକାରୀ ଅଧିକାରୀଙ୍କୁ ଗ୍ରାମକୁ ପ୍ରବେଶ କରିବାକୁ ଦେବେନି ବୋଲି ଦୁର୍ଗାପ୍ରସାଦ ଗ୍ରାମ କମିଟିର ସଭାପତି ସୋମନାଥ ବେହେରା ଯୁକ୍ତି ବଢ଼ିଛନ୍ତି । ଆଜି ଗ୍ରାମବାସୀଙ୍କ ତରଫରୁ ଢେଙ୍କାନାଳ ସହରର ବାଜିଚୌକ ଠାରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗ୍ରାମବସି ବୃନ୍ଦ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଜିର ଏହି ଧାରଣାରେ ଗ୍ରାମ କମିଟିର ସଦସ୍ୟ ସମ୍ପାଦକ ପ୍ରିୟବ୍ରତ ମହାନ୍ତି ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

