Site icon Awaj Media

ପଞ୍ଚ ଦିବସୀୟ କନିଷ୍ଠ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପଞ୍ଚ ଦିବସୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି . ପ୍ରଶିକ୍ଷଣ ଶିବିର ମୁଖ୍ୟ ଅତିଥି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ଦଳେଇ ମୁଖ୍ୟ ବକ୍ତା ଭାବେ ଶିବିରର ଲକ୍ଷ, ଉଦ୍ଦେଶ୍ୟ, ବନ୍ଧୁତ୍ୱ , ସ୍ୱାସ୍ଥ୍ୟ ସେବାର ଆଚରଣଗତ ବ୍ୟବହାର ରହିବା ଜରୁରୀ ବୋଲି ମତ ରଖିଥିଲେ .

ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା କ୍ରୀଡା ନିରୀକ୍ଷକ ସଞ୍ଜୟ କୁମାର ପାତ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ତ୍ଵିକ କୁମାର ପଟ୍ଟନାୟକ , ଜେଆରସି ସମ୍ପାଦକ ଜି. ସୁଦର୍ଶନ ରାଓ, ସହ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ, ସାଧନ କର୍ମୀ ନରହରି ପ୍ରଧାନ, ସୁବାଷ ଚନ୍ଦ୍ର ବିଶୋଇ, ସୁବାଷ ଚନ୍ଦ୍ର ସାହୁ, ସଂଜୀବ ଦାସ, ସୁରେନ୍ଦ୍ର କୁମାର ପାତ୍ର, ୱାଇ.ଧର୍ମ ରାଓ, ରାମ ଶଙ୍କର ଗନ୍ତାୟତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଉଦଯାପନୀ ଶିବିରରେ ଡିସିପିଓ ଅରୁଣ କୁମାର ତ୍ରିପାଠୀ ଶିଶୁମାନଙ୍କ ପାଇଁ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟ ଅତିଥି ପ୍ରଦୀପ କୁମାର ନାଗ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକ ତରଫରୁ ମନୋନୀତ କେନ୍ଦ୍ରୀଭୂତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଆଗାମୀ ବୋର୍ଡ ପରୀକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଲୋଚନା କରାଯାଇଛି . ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version