ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗି ରେ କୃଷକ ଅଶାନ୍ତି . ଧାନ ମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ଧାରଣା ଦେଲେ ଚାଷୀ . ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା କୁ ବିରୋଧ କରି ସମିତି ଆଗରେ ଓଡିଶା କୃଷକ ସଭା ଧାରଣାରେ ବସିଥିଲେ l

ନିର୍ଦ୍ଦିଷ୍ଟ ସମୟରେ ଧାନ କ୍ରୟ କରାଯାଉ ନଥିବା ପ୍ରତିବାଦରେ ଧାରଣା ଦିଆଯାଇଥିବା ବେଳେ ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଜଣାପଡିଛି l ଏହି ଧାରଣାରେ ଚାଷୀ ନେତା ସୁରେଶ ସ୍ୱାଇଁ, ସାରଙ୍ଗଧର ପ୍ରଧାନ, ଗଣେଶ୍ୱର ଦଳେଇ ଙ୍କ ସହିତ ବହୁ କର୍ମୀ ସାମିଲ ଥିଲେ l

