Site icon Awaj Media

ଗଜପତି କୃଷି ମହୋତ୍ସବର ତୃତୀୟ ଦିନ : ସମନ୍ଵିତ ଚାଷ ଉପରେ ଆଲୋଚନା ଚକ୍ର !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଉଥିବା କୃଷି ମହୋତ୍ସବର ତୃତୀୟ ଦିବସରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସାମନ୍ତ ରାୟ ପ୍ରଦୀପ ପ୍ରଜ୍ବଳନ କରି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ଉଦ୍ୟାନ ଉପ ନିର୍ଦ୍ଦେଶକ କେ. ସୁଦର୍ଶନ, ଜିଲ୍ଲା ସହକାରୀ କୃଷି ଅଧିକାରୀ ଇରିନିୟସ ପ୍ରଧାନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀନିବାସ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଆଜିର ଆଲୋଚନାରେ କୁକୁଡ଼ା ପାଳନ, ଗୋ ପାଳନ ସମନ୍ୱିତ ଚାଷ ଉପରେ ଚାଷୀଙ୍କୁ ବିଭାଗୀୟ ଅଧିକାରୀ ମାନେ ବୁଝାଇଥିଲେ । ତା ସହ ମୃତ୍ତିକା ପରୀକ୍ଷା ଉପରେ ଚାଷୀଙ୍କୁ ସମ୍ୟକ ଧାରଣ ଦେଇଥିଲେ ।

କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ନିଜ ଅଭିଭାଷଣରେ ତୃଣମୂଳ ସ୍ତରରୁ ଚାଷୀଙ୍କୁ ସଚେତନତା ଓ ସରକାରଙ୍କ ଯୋଜନା ଉପରେ ବୁଝାଇଲେ ଚାଷି ଉପକୃତ ହୋଇ ପାରିବେ ଏବଂ ତତ ସଙ୍ଗେ ସଙ୍ଗେ ଜିଲ୍ଲାରେ ଶୀତଳ ଭଣ୍ଡାର, ଜୁସ ଫ୍ୟାକ୍ଟରୀ ସ୍ଥାପନ ସହ ଚାଷିଙ୍କୁ ଜଳସେଚନର ସୁବ୍ୟବସ୍ଥା କରାଇ ପାରିଲେ ଚାଷି ଉପକୃତ ହୋଇପାରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବ୍ଳକର ଚାଷି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version