Site icon Awaj Media

ଅଣ ସଂକ୍ରାମକ ରୋଗ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପାରାଢିପି ପଞ୍ଚାୟତ ପୋକଶୁଙ୍ଗା ଗ୍ରାମରେ ଅଣ ସଂକ୍ରାମକ ରୋଗ ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଖପାଖ ଅଞ୍ଚଳରେ ଥିବା କେନ୍ଦୁବଣିଆ, ଚଡକମରା, କରଡାପଲ୍ଲୀ , ରାମପଲ୍ଲୀ, କଣ୍ଟିଆମ୍ବ , ବାଲଣ୍ଡା ଆଦି ଗ୍ରାମର ବହୁ ଗ୍ରାମବାସୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ସଭାରେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ କୁମାର ମହାରଣା ଯୋଗଦେଇ ମହାମାରୀ କରୋନା ଠାରୁ ନିଜକୁ ଦୁରରେ ରଖିବାକୁ କେଉଁ କେଉଁ ପଦକ୍ଷେପ ନେବାକୁ ପଡିବ ସେ ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ଏହି ସଭାରେ ପାରାଢିପି ପଞ୍ଚାୟତ ର ନାଏବ ସରପଞ୍ଚ ଭଗବାନ ସାହୁ, ଫାର୍ମାସିଷ୍ଟ ଶ୍ରେୟସ କୁମାର ଷଡଙ୍ଗୀ, ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ କୁନିକୁନି କଳାକାର ମାନେ ନୃତ୍ୟ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ସଚେତନତ କରାଇଥିଲେ ।

Exit mobile version