Site icon Awaj Media

ସଂସାଇଲୋ ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କ ସମସ୍ୟା ପଚାରି ବୁଝିଲେ ସୁକିନ୍ଦା ଯୁବ କଂଗ୍ରେସ ପ୍ରତିନିଧି ଦଳ !!!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଯୁବ କଂଗ୍ରେସର ଏକ ୮ ଜଣିଆ ପର୍ଯ୍ୟବେକ୍ଷକ ଟିମ ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟଙ୍କ ନେତୃତ୍ଵରେ ସଂସାଇଲୋ ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି . ଯୁବ କଂଗ୍ରେସ ସଦସ୍ୟ ଚଞ୍ଚଳ ମହାପାତ୍ର, ସାମନ୍ତ ନିରଞ୍ଜନ ଜେନାମଣୀ, ସମୀର ପାତ୍ର, ବାବୁଲି ପୁର୍ତ୍ତି, ମଳୟ ପାତ୍ର , ରାକେଶ ନାଟିଆ , କୃଷ୍ଣଚନ୍ଦ୍ର ମହାନ୍ତ ପ୍ରମୂଖ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଆସି ଶ୍ରୀରାମପୁର ସମେତ ପଞ୍ଚାୟତର ସମସ୍ତ 17ଟି ୱାର୍ଡ ପରିଦର୍ଶନ କରି ଲୋକମାନଙ୍କ ପାନୀୟ ଜଳ ସମସ୍ୟା ଏବଂ ଅନ୍ୟ ସମସ୍ତ ପ୍ରକାର ମୌଳିକ ସମସ୍ୟା ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ .

ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ସୁକିନ୍ଦା ବିଡ଼ିଓ ବିଶ୍ୱଜିତ ଦାସଙ୍କୁ ଭେଟି ଆଲୋଚନା କରିବା ସହ ଆବଶ୍ୟକୀୟ ସମସ୍ତ ପ୍ରକାର ମୌଳିକ ସୁବିଧା ତୁରନ୍ତ ପ୍ରଦାନ କରିବା ଲାଗି କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି .

Exit mobile version