Site icon Awaj Media

ନୟାଗଡ ଜିଲ୍ଲା ମୁଖ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ପାଳିତ ହୋଇଯାଇଛି ବିଶ୍ୱ ବନ ଦିବସ । ଡିଏଫଓ ଏଚଡି ଧନରାଜ ଙ୍କ ସଭାପତିତ୍ୱରେ ଡିଆରଡିଏ ସୃଜନ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଛ ଲଗାଇ ପରିବେଶ କୁ ସୁସ୍ଥ ରଖିବା ଏବଂ ଜଙ୍ଗଲ ନିଆଁ କୁ ପ୍ରଶମିତ କରିବା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହିତ ବହୁ ପରିବେଶବିତ୍ , ସାମାଜିକ ସଙ୍ଗଠନ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ପ୍ରକୃତି ବନ୍ଧୁ ଭାବେ ଶ୍ରୀଧର ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ, ସୁବାସ ଚନ୍ଦ୍ର ନାୟକ, ରଘୁନାଥ ମହାପାତ୍ର, ବିଭିସନା ନାୟକ, ବିଜୟ କୁମାର ମହାପାତ୍ର ଏବଂ ପ୍ରକୃତି ମିତ୍ର ଭାବେ ଶଙ୍କର ଚାରିଟେବୁଲ ଟ୍ରଷ୍ଟ , ସମ୍ବାଦ ସାହିତ୍ୟ ଘର, ସାମୁହିକ ବିକାଶ ସମିତି ,ଘାଟ ନିର୍ମାଣ ସେବା ସଂଘ କୁ ସମ୍ମାନ ପ୍ରଦାନ କରାଯାଇଥିଲା ।

Exit mobile version