Site icon Awaj Media

ଗ୍ରାମାଞ୍ଚଳ ପ୍ରତିଭାର ବିକାଶ ଆମ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ : ସରସ୍ୱତୀ କଳା ପରିଷଦ ପରିବାର ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ”ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର, ପତ୍ରପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଉଦଘାଟନୀ ଉତ୍ସବରେ ସ୍ତମ୍ଭକାର ଅମୀୟ ପାଣ୍ଡବ,ଓୟୁଜେ କଟକ ଜିଲ୍ଲା ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି, ସବୁଜକବି ବୀରକିଶୋର ନାୟକ, ଆୱାଜ ମିଡିଆ ବ୍ୟୁରୋ ଚିଫ ସାମ୍ବାଦିକ ସତ୍ୟବ୍ରତ, ନିଷ୍କର୍ଷ ମିଡିଆ ଖବର ବିଭାଗ ମୁଖ୍ୟ ବସନ୍ତ ରଥ, ଗୁରୁ ମହେଶ୍ୱର ବେହେରା, ଗୁରୁ ମହାଦେବ ମହାରଣା, ଆଧ୍ୟାତ୍ମିକ ପ୍ରବକ୍ତା ଦିବାକର ଦାସ ମହାରାଜ, କବି ଖଗେଶ୍ୱର ମହାରଣା, ଅତିଥି ସଂଗଠନର ସଂଯୋଜିକା ଆକାଂକ୍ଷା ବାରିକ, ସାହିତ୍ୟିକ ଦିବାକର ସାହୁ, ଆଡ଼ଭୋକେଟ ଅଶୋକ ଦାସ ପ୍ରମୁଖ ଯୋଗ ଦେଇଥିଲେ .

ଉଦଯାପନୀ ଉତ୍ସବରେ ସମାଜସେବୀ କରୁଣାକର ପ୍ରଧାନ, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଯାଜପୁର ଜିଲ୍ଲା ସଂଯୋଜକ ତଥା ବିସିଟି ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ, ଶିକ୍ଷକରତ୍ନ ବାଉରୀବଂଧୁ ସ୍ୱାଇଁ, କବି ପିତାମ୍ବର ମହାପାତ୍ର, କରୋନାଯୋଦ୍ଧା ଅଭିରାମ ସାହୁ, ଚଳଚିତ୍ର ଅଭିନେତା ପ୍ରଭାତ ରଂଜନ ବାରିକ, ସମାଜସେବୀ ପ୍ରଦୀପ ମହାଳି, ମ୍ୟୁଜିକ ଶିକ୍ଷକ ଶ୍ରୀଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ପରିଷଦର ସଭାପତି କବୟିତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ନାଟ୍ୟକାର ଦୈତାରି ପ୍ରଧାନ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ପ୍ରଲବ୍ୟ ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରାଣୀ ଦାଶ, ବାବୁଲି ପାତ୍ର, ପବନି ଓଝା, ଅଜୟ ଦାସ, ରଶ୍ମିକାନ୍ତ ଶତପଥୀ, ଶ୍ରୀଧର ସ୍ବାଇଁ, କୃଷକନେତା ଦୁର୍ଗା ପ୍ରସାଦ ପରିଡା, ବ୍ୟଙ୍ଗକବି ପ୍ରଭାତ ମଲ୍ଲିକ, ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ, କଣ୍ଠଶିଳ୍ପୀ ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ, ପପିନା ବେହେରା, ସତ୍ୟବ୍ରତ ଭୋଇ, ମନୋରଞ୍ଜନ ସାହୁ, ଵିଶାଲ ମାଝୀ ଏବଂ ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version