Site icon Awaj Media

ଗୋପବନ୍ଧୁ ଟାଉନହଲ ମଧ୍ୟରେ ଗାନ୍ଧିଜୀଙ୍କ ନାଟକ ପରିବେଷିତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗାନ୍ଧିଜୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ସଂସ୍କୃତି ନାଟକ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଗଣେଶ ବଜାର ଠାରେ ଥିବା ଟାଉନହଲ ଠାରେ ଗାନ୍ଧିଜୀ ଙ୍କ ଜୀବନୀ ଆଧାରିତ ଏକ ନାଟକ ଅନୁଷ୍ଠିତ ହୋଇଯାଇଛି । ଶଙ୍କର ତ୍ରିପାଠୀ ଙ୍କ ରଚିତ ଏବଂ ଦିନେଶ ଦାଶ ଙ୍କ ନିର୍ଦ୍ଦେଶିତ ନାଟକ ଟି ରିଦିମ ଥିଏଟର ଗୋବିନ୍ଦପୁର ର କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ଢେଙ୍କାନାଳର ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରାଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ମଞ୍ଚକୁ ପରିଚାଳନା କରିଥିଲେ ଦିନେଶ ଦାଶ । ଆଜିର ଏହି ନାଟକ ଉତ୍ସବରେ ଅନେକ ସଂସ୍କୃତି ପ୍ରେମୀ ଓ କଳା ପ୍ରେମୀ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ ।

Exit mobile version