Site icon Awaj Media

ତହସିଲ କାର୍ଯ୍ୟାଳୟ ଘେରିଲେ ସବୁଜ ପତ୍ରିକାଧାରୀ ମହିଳା ସଂଘ !!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଳକରେ ନିଖିଳ ଓଡିଶା ସବୁଜ ପତ୍ରିକାଧାରୀ ମହିଳାସଂଘ ପକ୍ଷରୁ ୮ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ଏଥିରେ ସମାଜସେବୀ ପ୍ରଦୀପ କୁମାର ସାହୁ, ହାଡୁବନ୍ଧୁ ମହାପାତ୍ର, ପ୍ରସନ୍ନ ବାରିକ, ଓମ ପ୍ରକାଶ ବାହୁବଳେନ୍ଦ୍ର, ପଦ୍ମଲୋଚନ ରାଉତରାୟ, ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ, ବାବୁଲି ପାତ୍ର ,ସବୁଜ ପତ୍ରିକାଧାରୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସର୍ବେଶ୍ୱର ମାର୍ଥା, ବେଗୁନିଆ ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ମାନସିଂହ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ସାହୁ, ଉପସଭାପତି ଅନୁସୂୟା ଶ୍ରୀଚନ୍ଦନ, ସମ୍ପାଦିକା ଅନିତା ସାହୁ, ସହ ସମ୍ପାଦିକା ଜୟନ୍ତୀ ତ୍ରିପାଠୀ, କୋଷାଧ୍ୟକ୍ଷ ଦେବସ୍ମିତା ସାହୁ, ଉପଦେଷ୍ଟା ରଞ୍ଜୁବାଳା ସାହୁ ଓ ସମସ୍ତ ସଦସ୍ୟାଙ୍କ ସମେତ ତିନି ଶହରୁ ଉର୍ଦ୍ଧ୍ଵ ମହିଳା ଅଂଶ ଗ୍ରହଣ କରିଥିଲେ ।

ସ୍ଥାନୀୟ ପୋଷ୍ଟ ଅଫିସ ଛକଠାରୁ ରାଲି ବାହାର କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସବୁଜ ପତ୍ରିକାଧାରୀ ମାନେ ଏକ ସାଧାରଣ ସଭା କରିଥିଲେ । ଏହା ସହ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପାଳନ ପାଇଁ ତହସିଲଦାର ପୃଥ୍ଵୀରାଜ ମଣ୍ଡଳଙ୍କୁ ଭେଟି ନିଜର ଦାବି ଜଣାଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Exit mobile version