Site icon Awaj Media

ଡ୍ରାଇଭିଙ୍ଗ ଟେଷ୍ଟ ରେ ପାସ ପାଇଁ ଦରକାର ଦଲାଲ ଙ୍କ ଦସ୍ତଖତ !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଡ୍ରାଇଭିଙ୍ଗ ଟେଷ୍ଟ ରେ ପାସ ପାଇଁ ଦରକାର ଦଲାଲ ଙ୍କ ଦସ୍ତଖତ !! ଏହା ପାଲଟିଛି ନୟାଗଡ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଅଘୋଷିତ ଆଇନ . ଗାଡି ଚାଳନା ଦକ୍ଷତା ପ୍ରମାଣପତ୍ର ପାଇଁ ରାଜ୍ୟ ପରିବହନ ବିଭାଗର ନିୟମ ଅନୁସାରେ ଆବେଦନକାରୀ ମାନଙ୍କୁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦେବା ସହ ଦେବାକୁ ପଡିଥାଏ ଡ୍ରାଇଭିଙ୍ଗ ଟେଷ୍ଟ . ତେବେ ନୟାଗଡ RTO ଅଫିସରେ ଲାଇସେନସ ପାଇଁ ସିଧା ସଳଖ ଆବେଦନ କରୁଥିବା ଲୋକମାନେ ଡ୍ରାଇଭିଙ୍ଗ ଟେଷ୍ଟ ରେ ଫେଲ ହେଉଛନ୍ତି . ବିଭିନ୍ନ ଆବେଦନକାରୀଙ୍କ ଠାରୁ ବୁଝିବାରେ ଜଣାଯାଇଛି ଯେ , ଯେଉଁ ଫର୍ମ ରେ ଦଲାଲ ଦସ୍ତଖତ ନଥିବା ସେ ନିଶ୍ଚିତ ଫେଲ . ଆଉ ଦଲାଲ ଦସ୍ତଖତ କରିଥିବା ଆବେଦନକାରୀ ପାସ . ବିଗତ ଦିନରେ ନାବାଳକ ଙ୍କୁ ଡ୍ରାଇଭିଙ୍ଗ ଲାଇସେନସ ଇସ୍ୟୁ କରି ଚର୍ଚ୍ଚାରେ ତହିଁରେ ନୟାଗଡ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦଲାଲ ମାନଙ୍କୁ ଏପରି ପ୍ରୋତ୍ସାହନ ଦେବା ଘଟଣା ରାଜ୍ୟ ସରକାରଙ୍କ ‘ଦଲାଲ ହଟାଅ’ ଅଭିଯାନ ପ୍ରତି ଉପହାସ !!

Exit mobile version