Site icon Awaj Media

ଘଞ୍ଚ ଜଙ୍ଗଲ ରୁ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ : ଶିକାରୀ ଚମ୍ପଟ

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ନେତୃତ୍ୱରେ ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡା ପଞ୍ଚାୟତର ଡକରବାଡି ଘଞ୍ଚ ଜଙ୍ଗଲରେ ଅତର୍କିତ ଚଢ଼ାଉ କରାଯାଇଥିଲା । ରାଇକିଆ ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀଙ୍କ ଠାରୁ ୫ଟି ଦେଶି ବନ୍ଧୁକ, ୨୪ଟି ଗୁଳି , ବାରୁଦ ୨୦୦ ଗ୍ରାମ, ଟର୍ଚ୍ଚ ୩ଟି, ଝିଙ୍କ ମାଂସ ୪ କିଲୋ, ଝିଙ୍କ ଖାଡି ୨୦୦ ଗ୍ରାମ, ମୋବାଇଲ, ବ୍ୟାଟେରି, କାତି ଏବଂ ବିଭିନ୍ନ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ତେବେ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀ ମାନେ ଚମ୍ପଟ ମାରିଥିଲେ ।ଏଠାରେ ସୂଚନା ଥାଉକି, କିଛି ଦିନ ପୁର୍ବରୁ ଜଣେ ଶିକାରୀଙ୍କୁ ଦେଶି ବନ୍ଧୁକ ସହ ଗିରଫ କରାଯାଇଥିଲା। ଏହାକୁ ମିଶାଇ ୬ ଗୋଟି ଦେଶି ବନ୍ଧୁକ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Exit mobile version