Site icon Awaj Media

ପୁଲିସ-ମାଓବାଦୀ ଗୁଳି ବିନିମୟ : ମାଓବାଦୀଙ୍କ ଛତ୍ରଭଙ୍ଗ // ଏନକାଉଣ୍ଟର ସ୍ଥଳରେ କମ୍ବିଂ ଜାରୀ : ବିପୁଳ ମାଓ ସାମଗ୍ରୀ ଜବତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୁଲିସ-ମାଓବାଦୀ ଗୁଳି ବିନିମୟ , ମାଓବାଦୀଙ୍କ ଛତ୍ରଭଙ୍ଗ . ଏନକାଉଣ୍ଟର ସ୍ଥଳରେ କମ୍ବିଂ ଜାରୀ , ବିପୁଳ ମାଓ ସାମଗ୍ରୀ ଜବତ ସମ୍ପର୍କରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନିତ ଅଗ୍ରୱାଲ। . ଜିଲ୍ଲା ଅନ୍ତର୍ଗତ ଗୋଚ୍ଛାପଡା ଅଞ୍ଚଳରେ ୨୫ ମିନିଟ୍‍ ଧରି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟ । ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସିଗଲେ ୨୦ରୁ ଅଧିକ ମାଓବାଦୀ । ଗୁଳି ବିନିୟମରେ କିଛି ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି । ଫିରିଙ୍ଗିଆ ବ୍ଳକର ଗୋଚ୍ଛାପଡା ଥାନା କୋଲାମପଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଆଡ୍ଡା ଜମାଇଥିବା କୌଣସି ସୂତ୍ରରୁ ଖବର ପାଇ ସୋମବାର ସକାଳେ ଏହି ସ୍ଥାନରେ ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ ଆରମ୍ଭ କରାଯାଇଥିଲା । କମ୍ବିଂ ଅପରେସନ ସାରି ଫେରିବା ବେଳେ ଜଙ୍ଗଲ ଭିତରୁ ମାଓବାଦୀ ମାନେ ପୁଲିସ ବାହିନୀ ଉପରକୁ ତୁହାକୁ ତୁହା ଗୁଳି ବର୍ଷଣ କରିଥିଲେ । ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କୁହା ଯାଇଥିଲା । କିନ୍ତୁ ମାଓବାଦୀ ଶୁଣିନଥିଲେ ବରଂ ଆକ୍ରମଣ ଜାରି ରଖିଥିଲେ । ଫଳରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ପାଲଟା ଆକ୍ରମଣରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଖସି ଯାଇଥିବା ଏସପି ପ୍ରକାଶ କରିଛନ୍ତି । ପରେ ସେଠାରେ ସର୍ଚ୍ଚ ଅପରେସନ କରାଯାଇ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ସୋଲାର ଲ୍ୟାମ୍ପ, ତାର, ବାସନ, ଔଷଧ,ପୋଷାକ, ଟର୍ଚ୍ଚ, ମୋବାଇଲ ବ୍ୟାଟେରୀ ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି । ଗୁଳି ବିନିମୟରେ ପୁଲିସ ପକ୍ଷରୁ କେହି ମୃତାହତ ହୋଇ ନ ଥିବା ବେଳେ କିଛି ମାଓବାଦୀ ଆହତ ହୋଇ ଥାଇ ପାରନ୍ତି ବୋଲି ଏସପି କହିଛନ୍ତି । ସଂପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳି ବିନିମୟ ବେଳେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରିଛି । ଏହି ଗୋଷ୍ଠୀକୁ କେକେବିଏନ ଓଡିଶା କ୍ୟାଡରର ନେତା ଦାସୁର ନେତୃତ୍ୱ ନେଉଥିବା ସନ୍ଦେହ କରାଯାଉଛି ବୋଲି ଏସପି ଅଗ୍ରୱାଲ ସୂଚନା ଦେଇଛନ୍ତି । ଛତିଶଗଡଠାରେ ନିକଟରେ ଘଟିଥିବା ମାଓ ଆକ୍ରମଣ ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି । ପ୍ରତି କ୍ଷେତ୍ରରେ ପୁଲିସ୍‍ ସଜାଗ ରହିଛି ବୋଲି ଏସ୍‍.ପି ପ୍ରକାଶ କରିଛନ୍ତି ।

Exit mobile version