Site icon Awaj Media

ପୁରା ତାଳଚେର ଠପ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ଥର୍ମାଲ ଟିଟିପିଏସ ବନ୍ଦ ହେବାକୁ ନେଇ ବାରମ୍ବାର ଶ୍ରମିକ ମାନଙ୍କର ସର୍ବ ଦଳୀୟ କମିଟି ପକ୍ଷରୁ ଗଣଧାରଣା ପ୍ରତିବାଦ ସଭା କରା ଯାଇଥିଲେ ମଧ୍ୟ, ବିଧିବଦ୍ଧ ଭାବରେ ଟିଟିପିଏସ କୁ ପ୍ରଦ୍ୟୁଷଣ ଅବଧି ସରିଯାଇଛି ବୋଲି କହି ବନ୍ଦ କରି ଦିଆଗଲା । ଟିଟିପିଏସ ର ହେବାକୁ ଥିବା ତୃତୀୟ ସଂପ୍ରସାରଣ ଯଥା ଶୀଘ୍ର ତ୍ୱରାନ୍ୱିତ କରିବା ନିମନ୍ତେ ଦାବୀ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ଘଣ୍ଟିଆ ଅନୁଗୋଳ ବନ୍ଦ ଡ଼ାକରା ଦିଆ ଯାଇଥିଲା । ତାଳଚେର ଥର୍ମାଲ ବନ୍ଦକୁ ନେଇ ବିଜେଡ଼ି ର ୧୨ ଘଣ୍ଟିଆ ବନ୍ଦ ଡାକରା ଫଳରେ ସମଗ୍ର ତାଳଚେର ହୋଇ ଯାଇଥିଲା ଠପ । ଏହା ଫଳରେ ତାଳଚେର ର ସମସ୍ତ କୋଇଲା ଖଣି ପରିବହନ ବନ୍ଦ ହେବା ସହ ଦୋକାନ ବଜାର, ଗାଡି ଚଳାଚଳ, ରେଳସେବା ସଂପୂର୍ଣ୍ଣ ବନ୍ଦ ରହିଥିଲା । ସଂପୂର୍ଣ୍ଣ ଅନୁଗୁଳ ବନ୍ଦ ଫଳରେ ସରକାର ଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟିଛି । ଯଦି କେନ୍ଦ୍ର ସରକାର ଟିଟିପିଏସ ପ୍ଲାଣ୍ଟ କୁ ବନ୍ଦ କରିବାର ନିଷ୍ପତି କୁ ପ୍ରତ୍ୟାହାର ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି । ସମଲ ଟୋଲ ଗେଟ୍ ଠାରେ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ବନ୍ଦ ପାଳନ କୁ ସଫଳ କରିଥିଲେ । ସମଲ ବ୍ୟାରେଜ ସ୍ଥିତ ସମସ୍ତ କାର୍ଯ୍ୟାଳୟ, ଓପିସିଏଲ୍, ଜିନ୍ଦଲ ପମ୍ପ ହାଉସ, ଡାକଘର ଓ ବ୍ୟାଙ୍କକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ଏଥିରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ, ବ୍ଲକ ସଭାପତି କୈଳାସ ଚନ୍ଦ୍ର ସାହୁ , ସୁବାଷ ମହାନ୍ତି, ଇନ୍ଦ୍ରଜିତ ସାହୁ, ଯୁବ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ପ୍ରଧାନ, ଜିଲ୍ଲା ଯୁବ ସଂପାଦକ ପ୍ରଦୀପ କୁମାର ସାମଲ, କୃଷ୍ଣଚନ୍ଦ୍ର ନାଏକ ଓ ରଣଜିତ୍ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version