ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଛତିଶଗଡ ସୁକୁମା ଠାରେ ନକ୍ସଲ ମାନଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଟାଙ୍ଗୀ ସାମ୍ବାଦିକ ସଂଘର ସଦସ୍ୟ l ଏଭଳି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି l ବୀର ସହିଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ବୀର ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି l ଟାଙ୍ଗୀ ବଳରାମ ଦେବ ମନ୍ଦିର ଠାରୁ ମହମବତୀ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା l ଏହି ଶୋଭାଯାତ୍ରାରେ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ ପଟ୍ଟନାୟକ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ଆଇନ ପରାମର୍ଶଦାତା ସଂଦିପନୀ ମିଶ୍ର , ସାମ୍ଵାଦିକ ଅନନ୍ତ ପ୍ରଧାନ, ରାକେଶ ମହାନ୍ତି, ରାକେଶ କୁମାର ଜଗଦେବ, କମଳ ଲୋଚନ ପାଇକରାୟ, ଜୟନ୍ତ ସୁବୁଦ୍ଧି, ପୂର୍ବତନ ସେନା ଅଧକାରୀ ଭଗବାନ ଚମ୍ପତ୍ତି, ଅବସର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ନକ୍ସଲ ମାନଙ୍କ ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଥିଲେ l
ଅମର ସହିଦ ଙ୍କ ପାଇଁ ଟାଙ୍ଗି ସାମ୍ବାଦିକ ସଂଘର ମହମବତୀ ଶୋଭାଯାତ୍ରା !!

