Site icon Awaj Media

ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଉଦ୍ୟମରେ ସଚେତନତା ରଥ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସମଗ୍ର ଦେଶ ତଥା ରାଜ୍ୟରେ ବର୍ତ୍ତମାନ କରୋନା ର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଯାହା ଦ୍ୱାରା ବର୍ତ୍ତମାନ ସମଗ୍ର ଭାରତ ରେ ଭୟର ବାତାବରଣ ଖେଳି ଯାଇଛି । ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଢେଙ୍କାନାଳରେ ତାହା ଅପେକ୍ଷାକୃତ ଭାବେ କମ ଅଛି । ତଥାପି ଏହାକୁ ଅବହେଳା ନ କରି ,ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଆଜି ଢେଙ୍କାନାଳର ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଅଣ୍ଟା ଭିଡ଼ିଛି । ଆଜି ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଲୋକମାନଙ୍କୁ ସଚେତନ କରାଇବା ତଥା ବ୍ୟବସାୟିକ ଅନୁଷ୍ଠାନ ମାନଙ୍କୁ ସାମାଜିକ ଦୂରତା ରକ୍ଷାକରିବା ଏବଂ ମାସ୍କ ପିନ୍ଧିବା ଉପରେ ସଚେତନ କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଢେଙ୍କାନାଳ ସହରର ଗଳି ଗଳି ବୁଲି ଲୋକଙ୍କୁ ସଚେତନ କରାଇବା ସହ ଦୋକାନୀ ବନ୍ଧୁ ମାନଙ୍କୁ ମଧ୍ୟ ସଚେତନ କରାଇବ ଏହି ରଥ । ଲୋକମାନେ ମାସ୍କ ପିନ୍ଧି ଆସିଲେ ସେମାନଙ୍କୁ ଜିନିଷପତ୍ର ଦେବା ସହ ସାମାଜିକ ଦୂରତା ରକ୍ଷା କରିବା ଆଦି ଦିଗ ପ୍ରତି ଦୋକାନୀ ବନ୍ଧୁ ମାନେ ଧ୍ୟାନ ଦେବାକୁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଅନୁରୋଧ ରଖିଛି ।

Exit mobile version